ପୁରୀରେ ଅସମ୍ଭାଳ ଭିଡ଼; ଗହଳି ସାଙ୍ଗକୁ ତାତି ଯୋଗୁଁ କଲବଲ ହେଉଛନ୍ତି ଭକ୍ତ
ପୁରୀରେ ଅସମ୍ଭାଳ ଭିଡ଼ । ପଶ୍ଚିମ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଭକ୍ତଙ୍କ ଲମ୍ବା ଲାଇନ । ଗହଳି ସାଙ୍ଗକୁ ତାତି ଯୋଗୁଁ କଲବଲ ହେଉଛନ୍ତି ଭକ୍ତ ।
ଆଜି ସକାଳୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଅସମ୍ଭାଳ ଭିଡ଼ ପରିସ୍ଥିତି ଉପୁଜିଥିଲା । ପଶ୍ଚିମ ଦ୍ୱାର ଦେଇ କେବଳ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ରହିଛି। ହେଲେ ଆଜି କିଛି ସେବାୟତ କିଛି ଶ୍ରଦ୍ଧାଳୁଙ୍କୁ ଏହି ବାଟ ଦେଇ ପ୍ରବେଶ କରାଇଥିବା ଅଭିଯୋଗ ହୋଇଛି। ଏହାପରେ ଦେଖୁ ଦେଖୁ ଭିଡ଼ ଅଧିକ ବଢ଼ିଥିବା ଅଭିଯୋଗ ହେଉଛି ।
ପ୍ରଚଣ୍ଡ ତାତି ଯୋଗୁଁ ବଡ଼ଦାଣ୍ଡରେ ଚାଲି ଚାଲି ଯିବା ଶ୍ରଦ୍ଧାଳୁଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ଏହାପରେ ଘଂଟା ଘଂଟା ଧରି ଭକ୍ତଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିଛି । ଏଥିପାଇଁ ଶ୍ରୀମନ୍ଦିର ଭିତରକୁ ଶୀଘ୍ର ପଶିବା ପାଇଁ ଉଦ୍ୟମ କରୁଛନ୍ତି ଭକ୍ତ ।

କେବଳ ସିଂହଦ୍ୱାର ଦେଇ ଭକ୍ତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଥିବା ବେଳେ ପଶ୍ଚିମ ଦ୍ୱାର ଦେଇ କେବଳ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ରହିଛି। ହେଲେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଘଂନ ଚାଲିଛି। ସେପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।












Click it and Unblock the Notifications