କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ
ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ ଚର୍ଚ୍ଚା ଚଳାଇଛନ୍ତି। ଏହାରି ଭିତରେ ସବୁ ଦଳକୁ ବର୍ତ୍ତମାନ କ୍ରସ୍ ଭୋଟିଂ ଭୟ ଘାରିଛି। ତେଣୁ ରାଜ୍ୟର ୩ ପ୍ରମୁଖ ଦଳ ନିଜ ବିଧାୟକମାନଙ୍କୁ ନେଇ ରାଜ୍ୟ ସଭା ନିର୍ବାଚନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରଖିବାକୁ ସ୍ଥିର କରିଛି। କଂଗ୍ରେସ ବିଧାୟକମାନଙ୍କୁ ନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଗୁରୁବାର ଦଳର ୮ ବିଧାୟକ ବିମାନ ଯୋଗେ ବେଙ୍ଗାଲୁରୁ ଗସ୍ତ କରିଛନ୍ତି। ମାତ୍ର ୬ କଂଗ୍ରେସ ବିଧାୟକ ଯଥା ରାମଚନ୍ଦ୍ର କାଡ଼ାମ, ତାରାପ୍ରସାଦ ବାହିନୀପତି, ସୋଫିଆ ଫିର୍ଦୋଶ, ଦାସରଥି ଗମାଙ୍ଗ, ସାଗର ଦାସ ଏବଂ ରମେଶ ଜେନା ଗସ୍ତରେ ସାମିଲ ହୋଇନାହାନ୍ତି।

ମିଳିଥିବା ସୂଚନା ମୁତାବକ, ଦାସରଥି ଏବଂ ରମେଶ ଯିବେ ବୋଲି କହି ଆଉ ଧରାଛୁଅଁା ଦେଇ ନ ଥିଲେ। ସୋଫିଆ ଯିବା ପାଇଁ ସିଧା ମନା କରିଥିଲେ। ନିକଟରେ ସାଗର ପିତା ହୋଇଥିବା କାରଣରୁ ଯାଇନାହାନ୍ତି। ତାରା ଏବଂ କାଡ଼ାମ ବିଧାନସଭାରେ ରହିବା ପାଇଁ ଗସ୍ତରେ ସାମିଲ ହୋଇ ନ ଥିବା ଜଣାପଡ଼ିଛି। ଭୋଟ ପୂର୍ବରୁ କଂଗ୍ରେସର ୬ ବିଧାୟକ ଗୋଠରେ ନ ରହିବା ରାଜ୍ୟ ନେତୃତ୍ୱଙ୍କ ଚିନ୍ତା ବଢ଼ିଯାଇଛି। ସେହିପରି ଭାଜପାର ସବୁ ବିଧାୟକ ଶନିବାରଠାରୁ ପାରାଦୀପ ସ୍ଥିତ ଏକ ଘରୋଇ ହୋଟେଲରେ ରହିବେ ବୋଲି ଜଣାପଡିଛି। ସୋମବାର ଭୋଟିଂ ପୂର୍ବରୁ ଆସି ଶାସକ ଦଳ ବିଧାୟକମାନେ ଭୁବନେଶ୍ୱରଠାରେ ପହଞ୍ଚିବେ ବୋଲି ଜଣାପଡିଛି।
ଅନ୍ୟପଟେ ବିଜେଡିରୁ ଯେପରି କ୍ରସ୍ ଭୋଟିଂ ନ ହୁଏ, ସେଥିପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱଦେବା ଆରମ୍ଭ କରିଛନ୍ତି। ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ବିଜେଡି ବିଧାୟକମାନେ ସା ୫ଟା୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ନବୀନ ନିବାସରେ ରହିବେ। ୧୩ ଏବଂ ୧୪ରେ ରାଜ୍ୟ ସଭା ନିର୍ବାଚନ ସମ୍ପର୍କିତ ବିଷୟ ଉପରେ ଟ୍ରେନିଂ କାର୍ଯ୍ୟକ୍ରମ ହେବ। ୧୫ ତାରିଖରେ ବିଧାୟକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାରକରି କାର୍ଯ୍ୟ କରାଯିବ ବୋଲି ଉଲ୍ଲେଖଥିବା ଚିଠି ସବୁ ବିଧାୟକଙ୍କୁ ନବୀନ ପଠାଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଗୁରୁବାର ନବୀନ ନିବାସକୁ କେତେଜଣ ବିଧାୟକଙ୍କୁ ଡକାଯାଇଥିଲା। ଅପରାହ୍ନ ସାଢେ ୪ଟା ପରେ ବିଧାୟକ ନିରଞ୍ଜନ ପୂଜାରୀ, ଅରୁଣ କୁମାର ସାହୁ, ପ୍ରତାପ ଦେବ, ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ନବୀନ ନିବାସ ଯାଇ ଦଳର ସଭାପତିଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ନବୀନ ରାଜ୍ୟ ସଭା ନେଇ ସମସ୍ତଙ୍କଠାରୁ ମତାମତ ଲୋଡ଼ିଥିଲେ। ଭାଜପା ସହ ଆଉ ବିଜେଡି ନାହିଁ ବୋଲି ତଳସ୍ତର ପର୍ଯ୍ୟନ୍ତ ବାର୍ତ୍ତା ଯାଇସାରିଥିବା ସେଠାରେ ଉପସ୍ଥିତ ବିଧାୟକମାନେ ନବୀନଙ୍କୁ ଜଣାଇଥିବା ଚର୍ଚ୍ଚା ହେଉଛି। ଏହି ସମୟରେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ସାଙ୍ଗରେ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ସାଙ୍ଗରେ ନେଇ ନବୀନ ନିବାସରେ ପହଞ୍ଚିଥିଲେ। ସୁବାସିନୀ ଦଳରେ ଅଛନ୍ତି ଏବଂ ଭୋଟ୍ ଦେବେ ବୋଲି ନବୀନଙ୍କୁ ଜଣାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ସୁବାସିନୀ ହେଉଛନ୍ତି ବୁଧବାର ଭାଜପାରେ ଯୋଗଦେଇଥିବା ପୂର୍ବତନ ବାଲେଶ୍ୱର ଏମ୍ପି ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ। ରବୀନ୍ଦ୍ର ଭାଜପାରେ ଯୋଗଦେବା ପରେ ସୁବାସିନୀ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ନା ଅସୁସ୍ଥତା କାରଣ ଦର୍ଶାଇ ଭୋଟରୁ ବିରତ ରହୁଛନ୍ତି, ତାକୁ ନେଇ ବ୍ୟାପକ ଆଲୋଚନା ଚାଲିଛି। ବାହାରକୁ ଆସି ସୁବାସିନୀ କିନ୍ତୁ ରାଜ୍ୟ ସଭା କଥା ଆଲୋଚନା ହୋଇ ନ ଥିବା କହିଛନ୍ତି।
-
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ଆଗକୁ ଆଗରୁ ବଢ଼ିବ ଗ୍ରୀଷ୍ମ ପ୍ରବାହ, ଏବେଠୁ ୪୦ ପାର ପାରଦ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ତହସିଲ୍ଦାରଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ ; ନଗଦ ୨ ଲକ୍ଷ ଟଙ୍କା ସହ, ୨ଟି ବହୁତଳ କୋଠା ଠାବ -
ଖୁସିଖବର: ୩୦ଟି ଜିଲାରେ ହେବ MSME ଇ-ପାର୍କ -
ବିଜେପିରେ ମିଶିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା -
ରାଜ୍ୟରେ ସଫଳ ହେଉଛି ମାଓବାଦୀ ଅପରେସନ, ଆତ୍ମସମର୍ପଣ କଲେ ୧୦ ମାଓବାଦୀ -
ବାଲେଶ୍ୱରରେ ଭୁଶୁଡୁଛି ବିଜେଡି ଗଡ଼; ଦଳ ଛାଡ଼ିଲେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା -
ବିଧାନସଭାରେ ବିରୋଧୀ ବିରୋଧୀଙ୍କ ହୋହଲ୍ଲା; ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ -
ପୁରୀ ମହାନଗର ନିଗମ ଗଠନ ନେଇ ପ୍ରକାଶ ପାଇଲା ଚୂଡ଼ାନ୍ତ ବିଜ୍ଞପ୍ତି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
କଳିଙ୍ଗ ଷ୍ଟୁଡିଓ ଛକରେ ଭୟଙ୍କର ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି











Click it and Unblock the Notifications