ବ୍ରାହ୍ମଣୀ ନଦୀରେ ନାବାଳକକୁ ଟାଣିନେଲା କୁମ୍ଭୀର
ପଟ୍ଟାମୁଣ୍ତାଇ: ବ୍ରାହ୍ମଣୀ ନଦୀ କୂଳରୁ ନାବାଳକୁ ଟାଣି ନେଇ ମାରିଦେଲା କୁମ୍ଭୀର । ନିମପୁର ଗାଁ ନିକଟରେ ଶୌଚ ପାଇଁ ଯାଇଥିବା ବେଳେ ଟାଣିନେଲା କୁମ୍ଭୀର । ଗାଁ ଲୋକଙ୍କ ଦ୍ୱାରା ଖୋଜାଖୋଜି ପରେ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି ।

ସୂଚନାଅନୁସାରେ, ଆଜି ସକାଳୁ ପଟ୍ଟାମୁଣ୍ତାଇ ନିମପୁର ବ୍ରାହ୍ମଣୀ ନଦୀ କୂଳକୁ ମା'ଙ୍କ ଶୌଚା ହେବା ପାଇଁ ଯାଇଥିଲା ପୁଅ ଆଶୁତୋଷ ଆଚାର୍ଯ୍ୟ । ପ୍ରଥମେ କୁମ୍ଭୀର ମାଆ ଉପରକୁ ଆକ୍ରମଣ କରିଥିଲା । ହେଲେ କୌଶଳ କ୍ରମେ ସେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ହେଲେ ପାଖରେ ଛିଡା ହୋଇଥିବା ଆଠ ବର୍ଷର ପୁଅ ଆଶୁତୋଷଙ୍କୁ କୁମ୍ଭୀର ଟାଣିନେଇଥିଲ ।
ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ହେଲେ ବଳମ୍ବ ହୋଇଯାଇଥିଲା । ଶେଷରେ କ୍ଷତାକ୍ତ ଅବସ୍ଥାରେ ପିଲାଟିର ମୃତଦେହ ଉଦ୍ଧାର ହୋଇଥିଲା । ପହଲି ରଜରେ ଏପରି ଅଘଟଣା ପାଇଁ ଗାଁରେ ଶୋକାକୂଳ ପରିବେଶ ।












Click it and Unblock the Notifications