ସାତକୋଶିଆରେ କୁମ୍ଭୀର ଗଣନା ଓ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ
ଅନୁଗୁଳ: ଭିତରକନିକାରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ଦିନ ୧ଟା ଯାଏଁ ୫ଟି ରେଞ୍ଜରେ ଗଣନା ହେବ । ଗଣନାରେ ୧୮ଟି ଟିମ୍ ସାମିଲ ଅଛନ୍ତି। ପ୍ରତି ଟିମ୍ରେ ୪ରୁ ୫ କର୍ମଚାରୀ ସାମିଲ ହୋଉଛନ୍ତି । ଗହିରିମଥା, କନିକା, ରାଜନଗର, କୁଜଙ୍ଗ, ମହାକାଳପଡ଼ା ରେଞ୍ଜରେ ଗଣନା ଚାଲିଛି ।
ସେହିପରି ଅନୁଗୁଳରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମହାନଦୀ ତା ଆଖପାଖ ପୋଖରୀରେ କୁମ୍ଭୀର ଗଣନା ଚାଲିଛି । ୩ ଦିନ ଧରି ଏହି କୁମ୍ଭୀର ଗଣନା ଚାଲିବ । ୧୪ଟି ସେକ୍ଟରରେ ନୟୋଜିତ ଅଛନ୍ତି ୫୬ଜଣ କର୍ମଚାରୀ ।
ଆସନ୍ତା ୧୦ ତାରିଖରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସାତକୋଶିଆ DFO ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତବର୍ଷ ଗଣନାରେ ସାତକୋଶିଆ ମଧ୍ୟଦେଇ ଯାଇଥିବା ମହାନଦୀରେ ୭ଟି ଘଡ଼ିଆଳ ଏବଂ ୮୨ଟି ମଗର ଥିଲେ ।

ସୂଚନା ଯୋଗ୍ୟ ଭିତରକନିକା ଜାତୀୟ ଉଦ୍ୟାନରେ ଶୁକ୍ରବାର ଅର୍ଥାତ୍ ଜାନୁୟାରୀ ୫ରୁ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଫଳରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଛି ଜାତୀୟ ଉଦ୍ୟାନ ।
ସେହିପରି ଚିଲିକାରେ ପକ୍ଷୀ ଗଣନା ଗତ ୪ରୁ ଆରମ୍ଭ ହୋଇଛି । ୫ଟି ରେଞ୍ଜରେ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ବାଲୁଗାଁ, ସାତପଡ଼ା, ନୂଆପଡ଼ା, ଟାଙ୍ଗୀ ଓ ରମ୍ଭା ରେଞ୍ଜରେ ଗଣନା ହୋଇଛି ।
ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେଇଛନ୍ତି । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ ।
୨୧ଟି ଟିମରୁ ସର୍ବାଧିକ ୮ଟି ଟିମ୍ ଚିଲିକାର ଟାଙ୍ଗୀ ଜୋନରେ ନିୟୋଜିତ ରହିବେ । ସେହିପରି ବାଲୁଗାଁରେ ୫ଟି, ସାତପଡ଼ାରେ ୩ଟି ଟିମ୍ ନିୟୋଜିତ ହେବାକୁଥିବାବେଳେ ବାକି ୫ଟି ଟିମ୍ ରମ୍ଭା ଓ କୃଷ୍ଣପ୍ରସାଦ ଜୋନରେ ପକ୍ଷୀ ଗଣନାରେ ସାମିଲ ହେବେ ।












Click it and Unblock the Notifications