ବୈତରଣୀ ନଦୀରେ କୁମ୍ଭୀର : ସାବଧାନରେ ରହିବାକୁ ଡାକବାଜିରେ ସତର୍କ କରାଇଲା ବନବିଭାଗ
ବୈତରଣୀ ନଦୀରେ କୁମ୍ଭୀର ଆତଙ୍କ । ସତର୍କ ରହିବାକୁ ବନବିଭାଗ ଆବେଦନ କରୁଛି । ଡାକବାଜିରେ ସତର୍କ କରାଇଲା ବନବିଭାଗ । ବୈତରଣୀ ନଦୀର ତନେଇପାଳ ଘାଟ ନିକଟରେ କିଛି ଲୋକ ଏକ କୁମ୍ଭୀର ଦେଖିବାକୁ ପାଇଥିଲେ । ଘଟଣା ପ୍ରଘଟ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।
ଘଟଣାକୁ ନେଇ ବନ ବିଭାଗ ବୈତରଣୀ ନଦୀର ଅବବାହିକରେ ଥିବା ନାହଗୁଣା, କୁଣ୍ଡାକୋଠ, ଅମାରଙ୍ଗ, ସନ୍ତୋଷପୁର ଓ ଯାତ୍ରାକୁସୁମ ଗାଁରେ ମାଇକିଙ୍ଗ କରି ଲୋକଙ୍କୁ ନଦୀକୁ ନଯିବାକୁ ସଚେତନ କରୁଛି ।
ସୂଚନା ଅନୁସାରେ, ଗତକାଲି ବୈତରଣୀ ନଦୀର ତନେଇପାଳ ଘାଟ ନିକଟରେ କିଛି ଲୋକ ଏକ କୁମ୍ଭୀର ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।
ଘଟଣାକୁ ନେଇ ବନ ବିଭାଗ ବୈତରଣୀ ନଦୀର ଅବବାହିକରେ ଥିବା ନାହଗୁଣା, କୁଣ୍ଡାକୋଠ, ଅମାରଙ୍ଗ, ସନ୍ତୋଷପୁର ଓ ଯାତ୍ରାକୁସୁମ ଗାଁରେ ମାଇକିଙ୍ଗ କରି ଲୋକଙ୍କୁ ନଦୀକୁ ନଯିବାକୁ ସଚେତନ କରୁଛି ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବରୀ ବ୍ଲକ ଅମଠପୁର ପଞ୍ଚାୟତ ପାଲଟପୁର ଗାଁରେ କିଛି ଦିନ ତଳେ ମହିଳାଙ୍କୁ ନଦୀକୁ ଟାଣି ନେଇଥିଲା କୁମ୍ଭୀର । ଆଉ ତାକୁ ମାରି ଦେଇଥିଲା ।
ବରୀ ବ୍ଲକ ପାଲଟପୁର ଗାଁର ଅନାମ ଜେନାଙ୍କ ପତ୍ନୀ ଜୋତ୍ସାରାଣୀ ଜେନା ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ନଦୀରେ ଲୁଗା ସଫା କରିବା ବେଳେ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିଲା ।
ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ସେତେବେଳେକୁ କୁମ୍ଭୀରଟି ମହିଳାଙ୍କ ଶରୀର ଆଉ ଅଳ୍ପ କିଛି ଅଂଶ ଛାଡି ସବୁ ଖାଇ ଦେଇଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ମହିଳାଙ୍କ ମୃତଦେହ ଠାବ କରିଥିଲା ।












Click it and Unblock the Notifications