ରାଜ୍ୟରୁ ଦମନ ହେବ ଅପରାଧ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଛନ୍ତି । ରାଜ୍ୟରେ ସଂଗଠିତ ଅପରାଧକୁ ଦମନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । ବ୍ୟକ୍ତି ଯେତେ ବି ପ୍ରଭାବଶାଳୀ କିମ୍ବା ଶକ୍ତିଶାଳୀ ହୁଅନ୍ତୁ, ଗିରଫ କରାଯିବ, କଠୋର ଦଣ୍ଡ ଦିଆଯିବ ।

ମହିଳାଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳାଙ୍କ ସୁରକ୍ଷା ପାଇଁ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯାଉଛି । ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କ ସ୍ଥାନ ଜେଲରେ ନୁହେଁ ସମାଜରେ ବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ଓଡ଼ିଶା ଆଗାମୀ ଦିନରେ ଫାର୍ମା ହବ୍ ବୋଲି ଗାନ୍ଧୀମାର୍ଗରୁ ଘୋଷଣା କରିଛନ୍ତି ।

Chief Minister

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆଜିର ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଆମର ପୁଲିସ ଏବଂ ସୈନ୍ୟ ବାହିନୀ, ଯେଉଁମାନଙ୍କ ହାତରେ ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଗୁରୁ ଦାୟିତ୍ଵ ଅର୍ପିତ ଅଛି । ଦଳମତ ନିର୍ବିଶେଷରେ ସେମାନଙ୍କୁ ସମ୍ମାନ ଜଣାଇବା ଏବଂ ତାଙ୍କୁ ନେଇ ଗର୍ବ କରିବା ଆମ ସମସ୍ତଙ୍କର ଦାୟିତ୍ଵ । ତେଣୁ, ଆମ ସରକାର ରାଜ୍ୟରେ ଡ୍ୟୁଟି ସମୟରେ ପ୍ରାଣବଳି ଦେଇଥିବା ପୁଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୁଲିସ ମେମୋରିଆଲ ନିର୍ମାଣ କରିବେ, ଯାହା ତାଙ୍କ ତ୍ୟାଗ ଓ ବଳିଦାନ ପାଇଁ ହେବ ଶ୍ରେଷ୍ଠ ନିଦର୍ଶନ ।

ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ସାରା ଦେଶରେ ସ୍ବାଧୀନତା ଦିବସର ଆନନ୍ଦ ଉତ୍ସାହ । ଭୁବନେଶ୍ବର ମାହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଙ୍ଗଠିତ ଅପରାଧକୁ ଦମନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସୁରକ୍ଷା ପାଇଁ ଆମର ଶୂନ୍ୟ ସହନଶୀଳ ନୀତି । ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ବ୍ୟକ୍ତି ଯେତେ ବି ଶକ୍ତିଶାଳୀ ହୁଅନ୍ତୁ ଛଡ଼ା ଯିବନାହିଁ । ସେମାନଙ୍କ ସ୍ଥାନ ଜେଲ୍ ରେ ସମାଜରେ ନୁହେଁ। ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ କ୍ଷମତା ଦିଆଯାଇଛି । ମହିଳାଙ୍କ ସୁରକ୍ଷାରେ ଅବହେଳା କଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୋଟାମୋଟି ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣାଧୀନ ରହିଛି । ଏହାକୁ ଅଧିକ ପ୍ରଭାବୀ କରିବାକୁ ପଡ଼ିବ । ଅପରାଧ ବୃଦ୍ଧିର ବଡ଼ କାରଣ ହେଉଛି ନିଶା କାରବାର। ନିଶା ମାଫିଆଙ୍କୁ ଦମନ ପାଇଁ ଦିଆଯାଇଛି ନିର୍ଦ୍ଦେଶ। ଗାଁ ଠାରୁ ରାଜଧାନୀ ପର୍ଯ୍ୟନ୍ତ ଗୁଣ୍ଡାରାଜକୁ ଦମନ କରାଯିବ । ସଙ୍ଗଠିତ ଅପରାଧକୁ ନିୟନ୍ତ୍ରଣ ପାଇଁ ଆଇନ ଆଣିବାକୁ ପଛାଇବୁନି । ଦାଦାବଟି , ଚାନ୍ଦା ଆଦାୟକୁ ସଙ୍ଗଠିତ ଅପରାଧ ଭାବେ ବିଚାର କରାଯିବ। ଶିକ୍ଷାନୁଷ୍ଠାନରେ କ୍ୟାମ୍ପସକୁ ସୁରକ୍ଷିତ ଅଞ୍ଚଳ ଘୋଷଣା କରାଯିବ। କ୍ୟାମ୍ପସରେ ନିଶାସେବନକୁ ସମ୍ପୂର୍ଣ୍ଣ ବାରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+