ଓଡିଶାରେ ଅପରାଧ କମିଛି: ଅଭୟ
ଚଳିତ ବର୍ଷ ମାଓ ମୁକାବିଲା କ୍ଷେତ୍ରରେ ପୋଲିସକୁ ଅଧିକ ସଫଳତା ମିଳିଛି ବୋଲି ଅଭୟ କହିଛନ୍ତି।
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ। ଏହାକୁ ଉଦଘାଟନ କରିଛନ୍ତି ପୋଲିସ ଡିଜି ଅଭୟ । ଏହି ଅବସରରେ ସମ୍ମିଳନୀକୁ ସମ୍ବୋଧନ କରି ଅଭୟ କହିଛନ୍ତି ଯେ, ୨୦୨୦ରେ ଓଡ଼ିଶା ପୁଲିସ ଭଲ ଭାବେ କରୋନା ମୁକାବିଲା କରିଛି। ରାଜ୍ୟରେ ୪୭ ଜଣ ପୁଲିସ କର୍ମଚାରୀ କରୋନାରେ ପ୍ରାଣ ହରାଇଛନ୍ତି। ୯୦୦ରୁ ଊର୍ଦ୍ଧ୍ୱ ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି।

ଏହାସହ ଚଳିତ ବର୍ଷ ମାଓ ମୁକାବିଲା କ୍ଷେତ୍ରରେ ପୋଲିସକୁ ଅଧିକ ସଫଳତା ମିଳିଛି ବୋଲି ଅଭୟ କହିଛନ୍ତି। ଚଳିତ ବର୍ଷ ୧୭ ଜଣ ମାଓବାଦୀ ପ୍ରାଣ ହରାଇଥିବାବେଳେ ୨୧ ଜଣ ଆତ୍ମସମର୍ପଣ କରିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ଓଡ଼ିଶା ପୋଲିସ ସ୍ଥିତି ଜାହିର କରିପାରିଛି। ସେହିପରି ରେକର୍ଡ ପରିମାଣର ଗଞ୍ଜେଇ ଓ ବ୍ରାଉନସୁଗାର ଜବତ କରାଯାଇଛି। କେବଳ ଏତିକି ନୁହେଁ ରାଜ୍ୟରେ ଅପରାଧର ମାତ୍ରା କମିଛି ବୋଲି ଡିଜିପି କହିଛନ୍ତି।












Click it and Unblock the Notifications