Get Updates
Get notified of breaking news, exclusive insights, and must-see stories!

ଗତ ୫ ବର୍ଷରେ ରାଜ୍ୟରେ ବଢ଼ିଛି ଅପରାଧ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ଗତ ୫ ବର୍ଷରେ ରାଜ୍ୟରେ ବଢ଼ିଛି ଅପରାଧ । ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ତାରକା ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ।

Odisha Assembly

ଭୁବନେଶ୍ୱର: ଗତ ୫ ବର୍ଷରେ ରାଜ୍ୟରେ ବଢ଼ିଛି ଅପରାଧ । ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ତାରକା ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା । ତେବେ କୁସୁମ ପ୍ରଶ୍ନ କରିଥିଲେ ଯେ, ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ଥାନାଗୁଡିକରେ କେତୋଟି ମାମଲା ରୁଜୁ ହୋଇଛି ଓ ରାଜ୍ୟର ପୋଲିସ କର୍ମଚାରୀଙ୍କର ଶେଷ ଥର ପାଇଁ କେବେ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା ?

ଯାହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୧୮ରେ ବିଭିନ୍ନ ଥାନାରେ ୧ ଲକ୍ଷ ୭ ହଜାର ୪୦୮ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୯ ରେ ୧ ଲକ୍ଷ ୨୧ ହଜାର ୫୨୫ଟି, ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୩୦ଟି, ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ଟି ଓ ୨୦୨୨ରେ ୧ ଲକ୍ଷ ୭୮ ହଜାର ୧୯୦ ଟି ଅପରାଧିକ ମାମଲା ରୁଜୁ ହୋଇଛି ।

ଏଥିମଧ୍ୟରୁ ୨୦୨୦ ମସିହାରେ ସର୍ବାଧିକ ହତ୍ୟା (୧୪୭୦) ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ସର୍ବାଧିକ ଡକାୟତି (୬୨୬), ୨୦୨୧ରେ ସର୍ବାଧିକ ଦୁଷ୍କର୍ମ (୩୩୨୭) ମାମଲା ରୁଜୁ ହୋଇଛି । ୪୦ ବର୍ଷ ବୟସରୁ ଅଧିକ ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।

ଅନ୍ୟପଟେ ନବ ଦାସଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଚାକିରି କାଳରେ ଥରେ ପଦୋନ୍ନତି ମିଳିଛି ଓ ଅନେକ ପୁରସ୍କାର ମିଳିଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ସୁନ୍ଦରଗଡ ବିଧାୟକ କୁସୁମ ଟେଟେ ଗୋପାଳ ଦାସଙ୍କୁ ନେଇ ଏହି ପ୍ରଶ୍ନ ପଚାରିଥିଲେ । ସୁନ୍ଦରଗଡ ବିଧାୟକ କୁସୁସ ଟେଟେ ଗୋପାଳ ଦାସଙ୍କୁ ନେଇ ଗୃହରେ ପ୍ରଶ୍ନ କରିଥିଲେ । ଗୋପାଳ ଦାସ ପୂର୍ବରୁ କେଉଁ ଥାନାରେ ନିଯୁକ୍ତି ପାଇଥିଲେ, ଓ ଚାକିରି କାଳ ଭିତରେ ଝାରସୁଗୁଡାରେ କେତେ ବର୍ଷ କାମ କରିଛନ୍ତି ଓ କେଉଁ ଥାନାରେ କାମ କରିଛନ୍ତି । ଏପରିକି ଚାକିରି କାଳରେ ତାଙ୍କର କେତେ ଥର ପଦୋନ୍ନତି ହୋଇଛି ଓ ସଫଳ କାର୍ଯ୍ୟ ପାଇଁ କେଉଁ ମସିହାରେ କେଉଁ ପୁରସ୍କାର ପ୍ରଦାନ କରାଯାଇଛି । ଯାହାର ଉତ୍ତର ବିଧାନସଭାରେ ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+