ଭୋଗରାଇ ବ୍ଲକ ପଳାସିଆ ଗାଁରେ କ୍ରାଇମବ୍ରାଞ୍ଚ ଟିମ୍,ପରିବାର ସଦସ୍ୟଙ୍କୁ ଚାଲିଛି ପଚରାଉଚରା
FM କଲେଜ୍ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛି । ମୃତ ଛାତ୍ରୀଙ୍କ ଘରେ ପହଞ୍ଚି କ୍ରାଇମବ୍ରାଞ୍ଚ୍ ଟିମ୍ର ପଚରାଉଚରା । ଭୋଗରାଇ ବ୍ଲକ ପଳାସିଆ ଗାଁରେ କ୍ରାଇମବ୍ରାଞ୍ଚ ଟିମ୍। ପରିବାର ସଦସ୍ୟଙ୍କୁ ଚାଲିଛି ପଚରାଉଚରା। FM କଲେଜରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍। ICC ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ର ପଚରାଉଚରା କରୁଛି ।

ସେପଟେ FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ବାଲେଶ୍ବର ଯିବ ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି । ତଦନ୍ତ କମିଟି ନିକଟରେ ହାଜର ହେବେ ICC ସଦସ୍ୟ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ତଦନ୍ତ କମିଟି । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ICC ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ଏହି ତଦନ୍ତ କମିଟିରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।












Click it and Unblock the Notifications