ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍
ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍ । ତାଙ୍କର ଅନ୍ୟ 2 ସହଯୋଗୀ ମଧ୍ୟ ରିମାଣ୍ଡରେ ଯିବେ । କହିରଖୁଛୁ କି, ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ ରାଜାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଲେ OPID କୋର୍ଟ । ପ୍ରକାଶ ଥାଉକି ରାଜା ଚକ୍ରଙ୍କୁ 5 ଦିନିଆ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲୁ ଆବେଦନ କରିଥିଲା । ଆଜି ତାଙ୍କୁ ଆଣି କୋର୍ଟରେ ହାଜର କରାଯାଇଥିଲା । ସଭାପତି ମାନସ ବାରିକ ଏବଂ ସମ୍ପାଦକ ଉତ୍କଳ ଦାଶ ମଧ୍ୟ ରିମାଣ୍ଡରେ ଯିବେ ।
୪ ବର୍ଷରେ ଗାଁ ଲୋକଙ୍କୁ ରାଜା ୩୩ କୋଟି ଟଙ୍କା ବାଣ୍ଟିଥିବା ତଦନ୍ତରୁ ଜଣାପଡ଼ିଛି । ମା' କାଳୀ ନାମକ ଏକ ପ୍ରେଟ୍ରୋଲ ପମ୍ପକୁ ୯.୧ କୋଟି ଯଙ୍କା ପ୍ରଦାନ କରାଯାଇଛି । ଶ୍ରମିକମାନଙ୍କୁ ପାଉଣା ନାଁରେ ମଧ୍ୟ ଠକେଇ କରିଥିବା ଅଭିଯୋଗ ହୋଇଛି ।












Click it and Unblock the Notifications