SI ପରୀକ୍ଷା କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭାଙ୍କୁ ତଦନ୍ତ ଦାୟିତ୍ବ: ପରୀକ୍ଷା ମହାଘୋଟାଲା ପଛରେ କିଏ ?

ବହୁଚର୍ଚ୍ଚିତ ବ୍ୟାପକ୍ ଦୁର୍ନୀତିକୁ ବଳିଯିବ କି ପୋଲିସ SI ପରୀକ୍ଷା ମହାଘୋଟାଲା ? କାରଣ ଓଡ଼ିଶା ପୋଲିସର ମେରୁଦଣ୍ଡ କୁହାଯାଉଥିବା SUB INSPECTOR ନିଯୁକ୍ତି ଦୁର୍ନୀତିରେ କୋଟି କୋଟିର ଖେଳ ହୋଇଛି।

SI ପରୀକ୍ଷା କେଳେଙ୍କାରୀରେ ରତ୍ନପ୍ରଭାଙ୍କୁ ତଦନ୍ତ ଦାୟିତ୍ବ । କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ତଦନ୍ତ ଦାୟିତ୍ବ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ତଦନ୍ତ କରିବେ ।ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ SP ଅନୀଲ ବେଉରିଆଙ୍କୁ ଦାୟିତ୍ବ ।

SI exam scam Who is behind exam scam
ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି)ର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠିଛି । ୩ ଦଲାଲ ଓ ୧୧୪ ଜଣ ପରୀକ୍ଷାର୍ଥୀ ବୁଧବାରଠାରୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିବା ବେଳେ ଏହି ବଡ଼ କେଳେଙ୍କାରୀର ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ। ଇତିମଧ୍ୟରେ କଟକ, ଭୁବନେଶ୍ୱରରୁ ଆରମ୍ଭ କରି ବ୍ରହ୍ମପୁର ପର୍ଯ୍ୟନ୍ତ ତନାଘନା ଚାଲିଥିବାବେଳେ ଏଥିରେ ବଡ଼ ଅଧିକାରୀ, କେତେଜଣ ପ୍ରଭାବଶାଳୀ ବ୍ୟକ୍ତି, କୋଚିଂ ସେଣ୍ଟର ମାଲିକ, ଦଲାଲ ସମ୍ପୃକ୍ତ ଥିବା ଅଭିଯୋଗ ଉଠୁଥିବାରୁ କ୍ରାଇମ୍‌ବ୍ରାଞ୍ଚ ସେହି ଦିଗକୁ ନେଇ ତଦନ୍ତ ଜୋର୍‌ଦାର କରିଛି।

ତେବେ ତଦନ୍ତକାରୀ ଅଧିକାରୀମାନେ ସେହିପରି କିଛି ତଥ୍ୟ ପାଇଥିବା କୁହାଯାଉଥିବାବେଳେ ଚାକିରି ପାଇଁ ଜଣପିଛା ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଡିଲ୍‌ ହୋଇଥିଲା ବୋଲି ଜଣାପଡିଛି। କ୍ରାଇମ୍‌ବ୍ରାଞ୍ଚ ଶୁକ୍ରବାର ବ୍ରହ୍ମପୁରରୁ ଆଉ ୩ ଜଣଙ୍କୁ ଉଠାଇ ନେଇଛି । ଗୋଳନ୍ଥରା ଥାନାରେ ସେମାନଙ୍କୁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପଚରାଉଚରା କରିଥିଲେ। ବହୁ ଘଣ୍ଟା ଧରି ଜେରା କରିବା ପରେ ଡିଜି ଫେରିଥିଲେ ।

ଗିରଫ ପରୀକ୍ଷାର୍ଥୀଙ୍କ ଭିତରେ କେତେଜଣ ସରକାରୀ ଚାକିରିଆଙ୍କ ପୁଅ ଥିବା ସୂଚନା ମିଳିଛି । ଜଣେ ଅବସରପ୍ରାପ୍ତ ଜେଲ ଡିଆଇଜିଙ୍କ ପୁଅ ବି ଅଭିଯୁକ୍ତଙ୍କ ତାଲିକାରେ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ, ପରୀକ୍ଷା ପାଇଁ ଓପିଆର୍‌ବି ଆଇଟିଆଇ ଲିମିଟେଡ୍‌କୁ ଟେଣ୍ଡର ଦେଇଥିଲା। ଆଇଟିଆଇ ସଂସ୍ଥା ସିଲିକନ୍‌ ଟେକଲାବ୍‌ ପ୍ରାଇଭେଟ୍‌ ଲିଃକୁ ଦାୟିତ୍ୱ ଦେଇଥିଲା। ପରେ ସିଲିକନ୍‌ ଏହି ପରୀକ୍ଷା ପରିଚାଳନା ପାଇଁ ପଞ୍ଚସଫ୍ଟ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିଃକୁ କାମ ଦେଇଥିଲା। ତେବେ ଏହି ସଂସ୍ଥାଗୁଡିକର କର୍ତ୍ତୃପକ୍ଷମାନଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିଛି । ଅପରପକ୍ଷରେ ସିଲିକନ୍‌ ସଂସ୍ଥାର ମାଲିକ ସୁରେଶ ନାୟକଙ୍କୁ କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଉଥିବା ଜଣାପଡିଛି।

ତେବେ ଏହି ଘଟଣାରେ ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କ ପ୍ରଚ୍ଛଦ ହାତ ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଶଙ୍କର ଫେରାର ଥିବା ବେଳେ ତାଙ୍କୁ କ୍ରାଇମବ୍ରାଞ୍ଚ ଧରିବାକୁ ଖୋଜାଖୋଜି ଚଳାଇଛି। ତେବେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ମୁହଁ ଖୋଲି ନ ଥିବା ବେଳେ ଆଗକୁ ଏଜେନ୍ସି ପକ୍ଷରୁ ସୂଚନା ଦିଆଯିବ ବୋଲି ଜଣାପଡିଛି। ସେପଟେ ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଡିଏଲଏଫ୍‌ ସାଇବର ସିଟିର ପ୍ରଥମ ମହଲାରେ ପଞ୍ଚସଫ୍ଟ ଅଫିସ୍‌ ରହିଥିବା ବେଳେ ଏହାକୁ ଗୁରୁବାର ପୋଲିସ ସିଲ୍‌ କରିବା ସହ କିଛି ଦସ୍ତାବିଜ୍‌ ଜବତ କରିଥିବା ସୂଚନା ମିଳିଛି। ତେବେ ପଞ୍ଚସଫ୍ଟ ଅଫିସ ସିଲ୍‌ ପରେ ଚତୁର୍ଥ ମହଲାରେ ଥିବା ସିଲିକନ୍‌ ଅଫିସକୁ ମଧ୍ୟ ପୋଲିସ ଯାଇଥିଲା ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଅକ୍ଟୋବର ୫ ଓ ୬ ତାରିଖରେ ପୋଲିସ ଏସ୍‌ଆଇ ପରୀକ୍ଷା ହେବାର ଥିଲା। ତେବେ ସେପ୍ଟେମ୍ବର ୨୯ ରାତିରେ ଗୁପ୍ତ ସୂଚନା ଆଧାରରେ ବ୍ରହ୍ମପୁର ପୋଲିସ ଆନ୍ଧ୍ରପ୍ରଦେଶ ସୀମାରେ ୩ଟି ଏସି ସ୍ଲିପର୍‌ ବସ୍‌କୁ ପିଛା କରିଥିଲା। ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌.ଙ୍କ ନେତୃତ୍ୱରେ ୩ଟି ଟିମ୍‌ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ରେ ପହଞ୍ଚତ୍ ଉକ୍ତ ୩ଟି ବସ୍‌ ସହ ୧୧୭ ଜଣଙ୍କୁ ବ୍ରହ୍ମପୁର ନେଇ ଆସିଥିଲା। ୧୧୭ ଜଣଙ୍କ ମଧ୍ୟରୁ ୧୧୪ଜଣ ଓପିଆର୍‌ବି ପକ୍ଷରୁ ହେବାକୁ ଥିବା ଏସ୍‌ଆଇ ପରୀକ୍ଷା ପାଇଁ ଆବେଦନ କରିଥିଲେ। ପ୍ରଶ୍ନପତ୍ର ପାଇଁ ସେମାନେ ଭୁବନେଶ୍ୱରରୁ ବସ୍‌ରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଯାଉଥିଲେ ।

ଗୁପ୍ତଭାବେ ପ୍ରଶ୍ନପତ୍ର ପାଇବା ପରେ ଭୁବନେଶ୍ୱର ଫେରି ପରୀକ୍ଷା ଦେବା ପାଇଁ ସେମାନଙ୍କ ଯୋଜନା ଥିଲା। ପ୍ରତି ପ୍ରାର୍ଥୀ ୨୫ ଲକ୍ଷ ଟଙ୍କା ଦେଇଥାନ୍ତେ। ପ୍ରଥମେ ୧୦ ଲକ୍ଷ ଏବଂ ଚାକିରି ନିଶ୍ଚିତ ହେଲେ ଆଉ ୧୫ ଲକ୍ଷ ଦେବା ପାଇଁ ଚୁକ୍ତି କରିଥିଲେ। ପରୀକ୍ଷା ପୂର୍ବରୁ ପୋଲିସ ଉକ୍ତ ଜାଲିଆତିର ପର୍ଦ୍ଦାଫାଶ କରିଥିଲା। ଏନେଇ ଗୋଳନ୍ଥରା ଥାନାରେ ମାମଲା ରୁଜୁ କରାଯାଇ ୩ ଦଲାଲ ଓ ୧୧୪ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି। ପରୀକ୍ଷାର୍ଥୀ ଗିରଫ ହେବା ଖବର ପାଇ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି। ସେମାନେ ନିଜ ପିଲାଙ୍କୁ ଭେଟିବା ପାଇଁ ବ୍ରହ୍ମପୁର ଜେଲ ଆଗରେ ଶୁକ୍ରବାର ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+