ଏଫ୍‌ଏମ୍‌ କଲେଜରେ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର

ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ଏଫ୍‌ଏମ୍‌ କଲେଜରେ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଚତୁର୍ଥ ଦିନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଖୋଳତାଡ଼ ଜାରି। ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା । ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସହ କ୍ରାଇମ୍‌ବ୍ରାଞ୍ଚ DGଙ୍କ ଆଲୋଚନା ।

Crime Branch DG

ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ବିତିଲାଣି ସପ୍ତାହେ । ୟୁଜିସି, ଉଚ୍ଚଶିକ୍ଷା ବିଭାଗ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ପୃଥକ ଭାବେ ୩ଟି ଟିମ୍ ଦ୍ବିତୀୟ ଦିନରେ ମଧ୍ୟ ତଦନ୍ତ କରିଛନ୍ତି । ଏହି ୨ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିସାରିଥିବା ଜଣାପଡ଼ିଛି । ବର୍ତ୍ତମାନ ଓ ପୂର୍ବତନ ଛାତ୍ର ମାନଙ୍କୁ ପଚରାଉଚରା ଜାରି ରହିଛଇ । ଘଟଣାକୁ ନେଇ ଆଇସିସି କମିଟି ସଦସ୍ୟ ମାନଙ୍କୁ ନିଲମ୍ବିତ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ମୃତ ଛାତ୍ରୀ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ବିଭାଗର ହୋଇଥିବାରୁ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଲେଜର ଇଷ୍ଟ କ୍ୟାମ୍ପସକୁ ଯାଇ ବିଭାଗୀୟ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଛନ୍ତି । ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗର ଟିମ୍ ମଧ୍ୟ ଆଇସିସି କମିଟି ସଦସ୍ୟ ମାନଙ୍କୁ ଝାଳବୁହା ଜେରା କରିଛନ୍ତି । ଏକପାଖିଆ ରିପୋର୍ଟ ଯୋଗୁଁ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲେ ସେମାନଙ୍କୁ ଉତ୍ତରଦାୟୀ କରାଯିବା ସହ ପରିଣାମ ଭୋଗିବାକୁ ସେମାନଙ୍କୁ ଆହ୍ବାନ ଦିଆଯାଇଛି । ସେହିପରି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ମଧ୍ୟ କଲେଜରେ ଅଧିକ ତନାଘନା ଚଳାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+