ମୃତ୍ୟୁ ଏମିତି ବି ଆସେ, କ୍ରିକେଟ ଖେଳୁ ଖେଳୁ ଚାଲିଗଲା ଜୀବନ

ମୟୁରଭଞ୍ଜ:ସାଙ୍ଗମାନଙ୍କ ସହ କ୍ରିକେଟ ଖେଳିବା ହେଲା ହେଲା ଶେଷ ଖେଳ । ଖେଳୁ ଖେଳୁ ଚାଲିଗଲା ଜୀବନ । ଆଉ ଏମିତି ବି ମୃତ୍ୟୁ ଆସେ, ଯାହାକି ବିଶ୍ୱସା କରି ହୁଏ ନାହିଁ । କ୍ରିକେଟ ଖେଳୁ ଥିବା ଜଣେ ଖେଳାଳିଙ୍କ ଅବିଶ୍ୱସନୀୟ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳାଇ ଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ମିନି ଷ୍ଟାଡିୟମ୍‌ରେ ।

ମୃତ ଖେଳାଳୀ ଜଣଙ୍କ ହେଲେ ମାଣତ୍ରୀର ବୈଦନାଥ କରଙ୍କ ଏକ ମାତ୍ର ପୁଅ ବିକାଶ କର । ବୟସ ମାତ୍ର ୨୮ ବର୍ଷ । ରବିବାର ସାଙ୍ଗମାନଙ୍କ ସହିତ କ୍ରିକେଟ ଅଭ୍ୟାସ ମ୍ୟାଚ ଖେଳୁଥିବା ବେଳେ ତଳେ ପଡିଯାଇ ଗୁରୁତର ଆହତ ହୋଇଥିଲେ । ସାଥି ଖେଳାଳୀ ତାଙ୍କୁ ସଙ୍ଗେ ସଙ୍ଗେ ମାଣତ୍ରୀ ଡାକ୍ତରଖାନାକୁ ନେଇଥିଲେ ।

cricket ground

ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପ୍ରଚାରିତ ହେବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।ବୈଶିଙ୍ଗା ଥାନା ତଥା ମାଣତ୍ରୀ ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+