ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଲିଜେଣ୍ତସ୍ କ୍ରିକେଟର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଲିଜେଣ୍ତସ୍ କ୍ରିକେଟର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଲିଜେଣ୍ତସ୍ କ୍ରିକେଟର । ଗତକାଲି ମୁଥିଆ ମୁରଲୀଧର ଓ ତାଙ୍କ ସାଥି ଖେଳାଳି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସାକ୍ଷାତ ବେଳେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହ ଆଲୋଚନ କରିବା ସହ ଖାଳାଳିଙ୍କୁ ହକି ଇଣ୍ତିଆର ଜର୍ସି ପ୍ରଦାନ କରିଛନ୍ତି । ଗତକାଲି ଅପରାହ୍ନରେ ୨ଟି ଟିମ୍ ଭିଲୱାରା କିଙ୍ଗସ୍ ଓ ମନିପଲ ଟାଇଗର୍ସ ଖେଳାଳି ଭୁବନେଶ୍ୱରରେ ଆସି ପହଁଚିଥିଲେ । ଖେଳାଳିଙ୍କୁ କଡା ସୁରକ୍ଷା ସହ ବିମାନ ବନ୍ଦରରୁ ମେ ଫେୟାର ଓ ହୋଟେଲ୍ ଟ୍ରାଇଡେଣ୍ଟକୁ ନିଆଯାଇଥିଲା ।

CM Naveen Patnaik

ଆଜି ବାରବାଟୀ ଷ୍ଟାଡିୟମରେ ଭିଲୱାରା କିଙ୍ଗସ ଓ ମନିପଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚ୍‌ରେ ଭିଲ୍‌ୱାରା କିଙ୍ଗ୍‌ସ ପକ୍ଷରୁ ଇର୍‌ଫାନ୍ ଫଠାନ୍‌, ୟୁସୁଫ୍ ପଠାନ୍ ଓ ଏସ୍ ଶ୍ରୀସାନ୍ତଙ୍କ ଭଳି କିମ୍ବନ୍ଦନ୍ତୀମାନେ ଏବଂ ମନିପାଲ ଟାଇଗର୍ସ ପକ୍ଷରୁ ହରଭଜନ ସିଂହ, ମହମ୍ମଦ କୈଫ୍ ଓ ସ୍ପିନ ଯାଦୁଗର ମୁଥିଆ ମୁରଲୀଧର ଖେଳିବେ । ନିଜର ପ୍ରଥମ ଲିଗ୍‌ରେ ପରାଜିତ ହେବା ପରେ ମନିପାଲ ଟାଇଗର୍ସ ପାଇଁ ନିଜ ପ୍ରତିପକ୍ଷଙ୍କଠାରୁ ପ୍ରତିଶୋଧ ନେବାର ଏହା ଏକ ଭଲ ସୁଯୋଗ । ବର୍ତ୍ତମାନ ମନିପାଲ ଟାଇଗର୍ସ ଟେବୁଲର ସବୁଠାରୁ ନିମ୍ନରେ ରହିଛି । ନୂଆଦିଲ୍ଲୀ ମ୍ୟାଚ୍‌ରେ ପରାଜିତ ହେବା ପରେ ଉଭୟ ଟିମ୍ ପାଇଁ ଅଜିର ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+