ପଞ୍ଚଭୂତରେ ବିଲୀନ ହେଲେ ଓଡ଼ିଆ ଯବାନ ସରୋଜ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସରୋଜଙ୍କ ଶେଷକୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ବିଲୀନ ହେଲେ ଓଡ଼ିଆ ଯବାନ ସରୋଜ । ବିଶାଳ ଶୋଭାଯାତ୍ରାରେ ଶେଷଥର ପାଇଁ ସରୋଜଙ୍କୁ ଦର୍ଶନ କଲେ ଲୋକେ । ହଜାର ହଜାର ଲୋକ ସରୋଜଙ୍କ ଶେଷଯାତ୍ରାରେ ସାମିଲ ହେଲେ । ସମସ୍ତଙ୍କ ଆଖିରେ ଗର୍ବ ଆଉ ବିଚ୍ଛେଦର ଲୁହ । ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସରୋଜଙ୍କ ଶେଷକୃତ୍ୟ ସମ୍ପନ୍ନ ହେଲା ।

ଭୁବନେଶ୍ବର ବିମାନ ବନ୍ଦରରେ ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର ।ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ତାଙ୍କୁ ସମ୍ମାନ ଜଣାଇଥିଲେ ।

odia_jawan

ସୂଚନାଥାଉକି, ସିକ୍କିମରେ ଭୟଙ୍କର ବନ୍ୟାରେ ଭାସିଯାଇଥିଲେ 23 ଯବାନ । ସେଥିରେ ଓଡ଼ିଶାର ସରୋଜ ଦାସ ସହିଦ୍ ହୋଇଛନ୍ତି । ବଡ଼ଭାଇ ଭିଡ଼ିଓ କଲେ ରେ ସରୋଜଙ୍କ ଚିହ୍ନଟ କରିଥିଲେ । ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ସହିଦ ସରୋଜ କୁମାର ଦାସ । ରାମଚନ୍ଦ୍ର ଦାସଙ୍କ ସାନପୁଅ ହେଉଛନ୍ତି ସରୋଜ । ସେ ହାବିଳଦାର ଭାବେ ଭାରତୀୟ ସେନାରେ କାମ କରୁଥିଲେ । ସରୋଜ ପରିବାରରେ ସବୁଠାରୁ ସାନ ଥିଲେ । ସରୋଜ 2012 ମସିହା ଅକ୍ଟୋବର 21 ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ ।

ଶେଷଥର ପାଇଁ ସେ ମଙ୍ଗଳବାର ରାତି 10 ଟା ବେଳେ ଘରକୁ ଫୋନ୍ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ ସରୋଜ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ ସରୋଜ । ବୁଧବାର ଦିନ 11 ଟାରେ ପରିବାର ଲୋକ ଟିଭିରେ ଯବାନଙ୍କ ନିଖୋଜ ଖବର ଦେଖି ତାଙ୍କୁ ଫୋନ କରିଥିଲେ । ହେଲେ ତାଙ୍କ ମୋବାଇଲ୍ ଫୋନ ସୁଇଚ୍ ଅଫ୍ ଥିଲା । ୟୁନିଟ ସହ କଥା ହେବା ପରେ ନିଖୋଜ ଖବର ପାଇଥିବା କହିଥିଲେ ତାଙ୍କ ବଡ଼ ଭାଇ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+