କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଟଙ୍କା ଠକେଇ:୬ ଗିରଫ

ଭୁବନେଶ୍ୱର: କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଟଙ୍କା ଠକେଇ । ୬ ଜଣ ଗିରଫ ହେବା ସହ ୪୫୦ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ସହ ୪ଟି କିଓସ୍କ ମେସିନ୍ ଜବତ କରାଯାଇଛି । ଏହାସହ ନଗଦ ୭ ଲକ୍ଷ ଟଙ୍କା ସହ ଏକାଧିକ ବ୍ୟାଙ୍କ ପାସବୁକ୍ ମଧ୍ୟ ପୋଲିସ ଜବତ କରିଛି । ରାକେଶ କୁମାର ନାମକ ଜଣେ ବ୍ୟକ୍ତି ଲୋକ ପାଇଁ ଆବେଦନ କରିବା ସମୟରେ ତାଙ୍କ ନାଁରେ କ୍ରେଡିଟ୍ କାର୍ଡ ଥିବା ସେ ଜାଣିବା ପାଇଁ ପାଇଥିଲେ ଏହାପରେ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ଯାହା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ନକଲି ଡକ୍ୟୁମେଣ୍ଟ ଦେଇ ଅନ୍ୟ ନାଁରେ କ୍ରେଡିଟ୍ କାର୍ଡ ବନାଇ ବ୍ୟବହାର କରୁଥିଲେ ଅଭିଯୁକ୍ତ । ଜବତ ହୋଇଥିବା ସମସ୍ତ କ୍ରେଡିଟ୍ କାର୍ଡ ବିଭିନ୍ନ ହସ୍ପିଟାଲରେ ବ୍ୟବହାର କରାଯାଉଥିଲା । ଡାକ୍ତରଖାନା ବିଲିଂ ଏଜେଣ୍ଟ ସହ ମିଶି ଏପରି ଲୋକଙ୍କୁ ଠକୁ ଥିଲେ ଅଭିଯୁକ୍ତ ।

 Credit card fraud

ସୂଚନା ଅନୁସାରେ, ଟଙ୍କା ଦେଲେ ମଧ୍ୟ ରୋଗୀଙ୍କ ପେମେଣ୍ଟ କ୍ରେଡିଟ୍ କାର୍ଡରେ କରୁଥିଲେ । ରୋଗୀଙ୍କ ପରିବାର ଲୋକେ ଦେଉଥିବା ଟଙ୍କା ନିଜ ପାଖରେ ରଖି ବିଲିଂ ଏଜେଣ୍ଟ କ୍ରେଡିଟ୍ କାର୍ଡରେ ସ୍ୱାଇପ୍ କରି ପେମେଣ୍ଟ ନେଉଥିଲେ । ସେହିପରି ଏହି ସବୁ ଟଙ୍କା ଠକ ଅଭିଯୁକ୍ତ ନିକଟକୁ ଯାଉଥିଲା ।

ତେବେ ରାକେଶ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ୭ ଲକ୍ଷ ଟଙ୍କା ସହ ୪୫୦ଟି କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ସହ ୬ଟି ମୋବାଇଲ୍ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+