ପ୍ରେମ ପାଇଁ ପାଗଳପ୍ରେମୀ; ପ୍ରେମିକାଙ୍କ ଦାଦାଙ୍କୁ ହତ୍ୟା କଲେ ପ୍ରେମିକ
ପ୍ରେମରେ କଣ୍ଟା ସାଜିଲେ ଯୁବତୀଙ୍କ ଦାଦା।ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ଜଣେ ପାଗଳପ୍ରେମୀ ହତ୍ୟା କରିଛନ୍ତି। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ଜଗା ମଲ୍ଲିକ। ବୁଧବାର ବିଳମ୍ବିତ ରାତିରେ ଜଗା ଘରକୁ ଫେରୁଥିବା ବେଳେ ଯୁବକ ଜଣଙ୍କ ଖଣ୍ଡାରେ ଜଗାଙ୍କୁ ଆକ୍ରମଣ କରିଥିଲେ। ଏନେଇ ଖଣ୍ଡିଗିରି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି।

ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ବି ଦେଲେ। ମାତ୍ର ପ୍ରେମକୁ ଭୁଲି ପାରୁ ନ ଥିବା ନାବାଳକ ସାଜିଲେ ରକ୍ତମୁଖା। ଆଉ ରାସ୍ତାରେ କଣ୍ଟା ସାଜିଥିବା ଦାଦାଙ୍କୁ ହଟାଇବାକୁ ପାଲଟିଗଲେ ଜହ୍ଲାଦ । ଏପରିକି ରାତି ଅଧରେ ବାଇକ୍ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲେ। ଫଳରେ ଆଖି ପିଛୁଳାକେ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଗଲା।
ସୂଚନାନୁସାରେ, ଜଗାଙ୍କ ଝିଆରୀଙ୍କୁ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ର ଏକତରଫା ଭଲ ପାଉଥିଲେ। ଯାହାକୁ ବିରୋଧ କରୁଥିଲେ ଜଗା। ଏଣୁ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯାଇ ପାଗଳପ୍ରେମୀ ବୀଭତ୍ସ ଭାବେ ହତ୍ୟା କରିଥିବା ପୋଲିସ କହିଛି
ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ପ୍ରାୟ ୨ ଘଣ୍ଟା ପରେ ପୁଲିସ୍ ଅଭିଯୁକ୍ତ ନାବାଳକଙ୍କୁ କାବୁ କରି ଥାନାରେ ଅଟକ ରଖିଛି। ଏଥିସହ ଘଟଣା ସମ୍ପର୍କରେ ତାଙ୍କୁ ପୁଲିସ୍ ପଚରାଉଚରା କରୁଥିବା ଜଣାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ରାଜଧାନୀ ଭୁବନେଶ୍ୱରରେ କୋକୁଆ ଭୟ ସୃଷ୍ଟି ହୋଇଛି।












Click it and Unblock the Notifications