ପାଗଳ ବିଲୁଆ ଆତଙ୍କ; ପୋଲସରାରେ ବିଲୁଆ ଆକ୍ରମଣରେ ୨୦ରୁ ଊର୍ଦ୍ଧ୍ୱ ଆହତ

ମାତିଛି ପାଗଳ ବିଲୁଆ, ଗୋଡ଼ାଇ ଗୋଡ଼ାଇ କରୁଛି ଆକ୍ରମଣ। ଗଞ୍ଜାମ ଜିଲ୍ଲା ପୋଲସରା ବନାଂଚଳ ଅନ୍ତର୍ଗତ ହାତୀଓଟ ପଂଚାୟତରେ ପାଗଳ ବିଲୁଆ ଆତଙ୍କ ସୃଷ୍ଟି କରିଛି ।

wild attack

ପାଗଳ ବିଲୁଆ କାମୁଡାରେ ଜେମାଦେଇପୁର, ପ୍ରାଣଦେଇପୁର ଓ ହାତୀଓଟ ଗାଁର ପ୍ରାୟ କୋଡିଏରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ଦେଖିବାକୁ ମିଳିଛି । ପାଗଳ ବିଲୁଆଟି ୩ଟି ଗାଁରେ ବୁଲିବୁଲି କାମୁଡିବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆହାତ ମାନଙ୍କ ମଧ୍ୟରେ ୧୧ ଜଣ ମହିଳା ରହିଥିବା ବେଳେ ୯ ଜଣ ପୁରୁଷ ରହିଥିବା ଜଣାପଡିଛି । ଆହତ ବ୍ୟକ୍ତି ମାନେ ପାଗଳ ବିଲୁଆକୁ କାବୁ କରିବା ସହ କ୍ଷତିପୂରଣ ଦେବାକୁ ବନ ବିଭାଗ ନିକଟରେ ଦାବି କରିଛନ୍ତି । ଅପରପକ୍ଷରେ ଗାଁ ଲୋକେ ବିଲୁଆ ଆକ୍ରମଣର ଶିକାର ହୋଉ ଥିବା ବେଳେ ବର୍ତ୍ତମାନ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ଏନେଇ ପୋଲସରା ବନାଞ୍ଚଳ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+