ଶ୍ରୀଗୁଣ୍ତିଚା ମନ୍ଦିର ନାଟମଣ୍ତପରେ ଫାଟ ସୃଷ୍ଟି , ଏକାଧିକ ବିମରେ ଫାଟ ଥିବା ନେଇ ସୂଚନା
ଶ୍ରୀଗୁଣ୍ତିଚା ମନ୍ଦିର ନାଟମଣ୍ତପରେ ଫାଟ ସୃଷ୍ଟି ହୋଇଛି, ଏକାଧିକ ବିମରେ ଫାଟ ଥିବା ନେଇ ସୂଚନା
ପୁରୀ: ଶ୍ରୀଗୁଣ୍ତିଚା ମନ୍ଦିରର ନାଟମଣ୍ତପରେ ଫାଟ ସୃଷ୍ଟି ହୋଇଛି । ନାଟମଣ୍ତପର ୪ରୁ ୩ଟି କଲମରେ ଫାଟ ଥିବା ସୂଚନା ରହିଛି । ଏକାଧିକ ବିମରେ ଫାଟ ଥିବା ନେଇ ସୂଚନା ଦେଇଛି ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ।

ସୂଚନା ଅନୁସାରେ, ଜଗମୋହନ, ନାଟମଣ୍ଡପ କଲମ ଓ ବିମରେ ସମସ୍ୟା ଥିବାରୁ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟ ଏନ୍.ସି ପାଲ୍ ଓ ଏସ୍.କେ ଭଟ୍ଟାଚାର୍ଯ୍ୟ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଞ୍ଚ କରିବା ପାଇଁ ଆସିଥିଲେ । ଯାହା ପରେ ସ୍ପଷ୍ଟ ହୋଇଥିଲା ଯେ ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ରହିଛି । ହେଲେ ଏହି ଫାଟ ପାଇଁ ମନ୍ଦିର ପ୍ରତି କୌଣସି ବିପଦ ନାହିଁ, ହାର ମରାମତି ଖୁବ ଶିଘ୍ର କରାଯିବ ବୋଲି ସୂଚନା ଦେଇଥିଲେ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟ ଏନ୍.ସି ପାଲ୍ ।
ସେହିପରି ଗତକାଲି ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ପଥର ଖସିଥିଲା । ଗତକାଲି ସନ୍ଧ୍ୟା ସମୟରେ ଜେଟିପି ଚର୍ଚ୍ଚାଘର ବାହାର ପାର୍ଶ୍ୱରୁ ଗୋଟିଏ ପଥର ଖସିଥିଲା। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍ଆଇକୁ ସୂଚନା ଦିଆଯାଇଥିଲା । ପଥରଟିର ଓଜନ ୨ରୁ୩ କିଲୋ ହେବ ବୋଲି ଅନୁମାନ କରାଯାଉଛି। ତେବେ କେଉଁ କରାଣରୁ ପଥର ଖସିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।












Click it and Unblock the Notifications