ତିନି ରଥ ଚକରେ ଦେଖାଗଲା ଫାଟ, ଚାଲିଛି ମରାମତି

ତିନି ରଥ ଚକାରେ ଦେଖାଗଲା ଫାଟ । ରଥ ଦକ୍ଷିଣ ମୋଡ଼ ପୂର୍ବରୁ ରଥ ଯାଞ୍ଚ ବେଳେ ଫାଟ ଥିବା ଜଣାପଡ଼ିଛି । ତାଳଧ୍ୱଜ ଓ ଦର୍ପଦଳନ ରଥର ବ୍ରେକ୍ ଚକରେ ସାମାନ୍ୟ ଫାଟ ଥିବା ଜଣାପଡ଼ିଛି ।

ପୁରୀ: ତିନି ରଥ ଚକାରେ ଦେଖାଗଲା ଫାଟ । ରଥ ଦକ୍ଷିଣ ମୋଡ଼ ପୂର୍ବରୁ ରଥ ଯାଞ୍ଚ ବେଳେ ଫାଟ ଥିବା ଜଣାପଡ଼ିଛି । ତାଳଧ୍ୱଜ ଓ ଦର୍ପଦଳନ ରଥର ବ୍ରେକ୍ ଚକରେ ସାମାନ୍ୟ ଫାଟ ଥିବା ଜଣାପଡ଼ିଛି । ସେହିପରି ନନ୍ଦିଘୋଷ ରଥର ପ୍ରଭାରେ ମଧ୍ୟ ସାମାନ୍ୟ ଫାଟ ସୃଷ୍ଟି ହୋଇଛି ।

rath yatra

ଦକ୍ଷିଣ ମୋଡ଼ ପୂର୍ବରୁ ରଥକୁ ନିୟମିତ ଯାଞ୍ଚ ବେଳେ ତିନି ରଥରେ ଫାଟ ଥିବା ଜଣାପଡ଼ିଛି । ବିଶେଷଜ୍ଞ ଟିମ୍ ପହଞ୍ଚି ରଥ ମରାମତି କରୁଛନ୍ତି । ଫାଟକୁ ସଜଡ଼ା ଯିବା ପରେ ରଥକୁ ଦକ୍ଷିଣ ମୋଡ଼ କରିବାକୁ ପ୍ରକ୍ରିୟା ଆରମ୍ଭ ହେବ । ଦଶମହାରଣା ଛଅଜଣ ଭୋଇ ସେବକ ଓ ତିନିଜଣ କମାର ସେବକ କରୁଛନ୍ତି ମରାମତି। ପୂର୍ବତଟ ରେଳବାଇର ଟେକ୍ନିକାଲ ଟିମ୍ କ୍ଷତିଗ୍ରସ୍ତ ଅଂଶକୁ ଜଗ ଲଗାଇ ଟେକି ଧରିବା ଯୋଗୁଁ ମରାମତି ତ୍ୱରିତ ସହ ସହଜ ହୋଇପାରିଛି।

ଏନେଇ ବରିଷ୍ଠ ତତ୍ତ୍ୱାବଧାରକ କହିଛନ୍ତି ରଥ ଚକରେ ଥିବା ଫାଟକୁ ମରାମତି କରାଯାଉଛି। ସବୁ ଚକ ତନଖି କରାଯିବ। ଦେବୀ ସୁଭଦ୍ରାଙ୍କ ରଥରେ ସାମାନ୍ୟ ତ୍ରୁଟି ରହିଛି। ଦରକାର ପଡ଼ିଲେ ଆବଶ୍ୟକ ପଦକ୍ଷେପ ନିଆଯିବ। ଦକ୍ଷିଣ ମୋଡ଼ ପରେ ଆଉ ଥରେ ମଧ୍ୟ ଯାଞ୍ଚ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+