ବୌଦ୍ଧ ବାଣ ବିସ୍ଫୋରଣ ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୫ ଅଭିଯୁକ୍ତ ଗିରଫ
ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟାରେ ବାଣ ଥିବା ଏକ ଗୋଦାମରେ ଗତ ରବିବାର ଘଟିଥିବା ବଡ଼ଧରଣର ବିସ୍ଫୋରଣ ଘଟଣାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ବୌଦ୍ଧ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣାକଟକ ଥାନା ଜିଆକଟାର କେଳୁ ବେହେରାଙ୍କ ପୁଅ ମାଗିରାମ ବେହେରା (୬୦), ଲକ୍ଷ୍ମୀଧର ପରିଡ଼ାଙ୍କ ପୁଅ କାହ୍ନୁ ପରିଡ଼ା (୨୫), କୁଆକଣ୍ଟାର ଆଲୋକ କଣ୍ଟି, ପୁରୁଣାକଟକର ଲକ୍ଷ୍ମୀଧର ପରିଡ଼ା (୬୦) ଓ ମହେଶ୍ବର ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ (୩୮)।
ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଘଟଣାରେ କ୍ଷୟକ୍ଷତି ହୋଇଥିବା ଘର ଗୁଡ଼ିକ ବୁଲି ଦେଖିଥିଲେ । ଏଥି ସହିତ ଘଟଣାସ୍ଥଳରେ ଅଧିକାରୀ ବ୍ଲକ ସହିତ ଆଲୋଚନା କରିଥିଲେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ତେବେ ଏହି ଘଟଣା ବାଣ ବିସ୍ଫୋରଣରୁ ହିଁ ଘଟିଥିବା ବେଳେ କେଉଁ କାରଣରୁ ବାଣ ବିସ୍ଫୋରଣ ହେଲା ସେ ନେଇ ତଦନ୍ତ ଚାଲିଛି ଏବଂ ଜବତ ହୋଇଥିବ ସାମଗ୍ରୀରେ କିଛି ଅନ୍ୟ ବିସ୍ଫୋରକ ରହିଛି କି ନାହିଁ ସେ ନେଇ ସାଇଣ୍ଟିଫିକ୍ ତଦନ୍ତ ଚାଲିଛି ତଦନ୍ତ ପରେ ହିଁ ଏସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଆଇଜି ।

ତେବେ ଦୀର୍ଘ ବର୍ଷ ହେଲା ଏହି ଅଞ୍ଚଳରେ ଏତେ ପରିମାଣର ବାଣ ଗଚ୍ଛିତ ରଖାଯାଇଥିବା ସହିତ ବାଣ ବ୍ୟବସାୟ ମଧ୍ୟ ହେଇଥିଲା ହେଲେ ପୋଲିସ କିଭଳି ଜାଣି ପାରିଲା ନାହିଁ ସେ ନେଇ ପ୍ରଶ୍ନ କରିବାରୁ ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି ଯେଉଁ ଅଧିକାରୀ କିମ୍ବା କର୍ମଚାରୀ ମଧ୍ୟ ଏଥିରେ ସଂପୃକ୍ତ ଥିବେ ତଦନ୍ତ କରାଯାଇ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇଜି ନୀତି ଶେଖର ।
ସୂଚନାଯୋଗ୍ୟ, ଗତ ୨୧ ତାରିଖ ଦିନ ପୂର୍ବାହ୍ଣ ୯ଟା ୩୦ରୁ ୧୦ଟା ୩୦ ମଧ୍ୟରେ ଜିଆକଟାସ୍ଥିତ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜିଆଁକଟାର ଏକ ଭଡ଼ା ଘରେ ପୁରୁଣାକଟକର ଜନୈକ ବାଣ ବ୍ୟବସାୟୀ ବାଣ ଗଚ୍ଛିତ ରଖିଥିଲେ। ଗୋଦାମରେ ଗଚ୍ଛିତ ବ୍ୟାପକ ବୋମା ବିସ୍ଫୋରଣ ହେବାରୁ ଅନେକଗୁଡ଼ିଏ ଘର ଛାତସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଅନ୍ୟପଟେ ଏଭଳି ବଡ଼ଧରଣର ବିସ୍ଫୋରଣ ଯୋଗୁଁ ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ମାର୍କେଟରେ ଅନେକ ବ୍ୟାବସାୟିକ ପ୍ରତିଷ୍ଠାନ କାଚ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications