ବିଡିଓଙ୍କ ବଦଳି ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ସିପିଆଇ
ବିଡିଓଙ୍କ ବଦଳି ଦାବିରେ ୧୨ ଘଣ୍ଟିଆ କୋଇଡା ବନ୍ଦ ଡକରା ଦେଲା ସିପିଆଇ । ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ହେବ ବନ୍ଦ ପାଳନ ।

କୋଇଡା: ବିଡିଓଙ୍କ ବଦଳି ଦାବିରେ ୧୨ ଘଣ୍ଟିଆ କୋଇଡା ବନ୍ଦ ଡକରା ଦେଲା ସିପିଆଇ । ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ହେବ ବନ୍ଦ ପାଳନ । ବିଧାୟକ ଲକ୍ଷ୍ମଣ ମୁଣ୍ତା ଓ ଦଳର ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତିଙ୍କ ନେତୃତ୍ୱରେ କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି । ବାଧାନସଭାରେ ମଧ୍ୟ ବାରମ୍ବାର ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବି କରାଯାଉଛି ହେଲେ କୌଣସି ପଦକ୍ଷପ ନିଆଯାଉ ନାହିଁ । ଯେଉଁଥି ଆଜି ସିପିଆଇଏମ୍ ଏପରି ନିଷ୍ପତ୍ତି ନିଆଯାଉଛି ।
ଆଜି ୧୨ ଘଣ୍ଟିଆ ବନ୍ଦର ପ୍ରବାଭ ଜିଲ୍ଲାରେ ଦେଖିବା ପାଇଁ ମିଳୁଛି । କୋଅଡାର ସମସ୍ତ ଖଣିରୁ ପରିବହନ ବନ୍ଦ ରରିବା ସହ ବ୍ଲକ କାର୍ଯ୍ୟାଳୟ, ତହସିଲ, ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଏବଂ ଜାତୀୟ ରାଜପଥ ବନ୍ଦ ରହିବାକୁ ଡାକରା ଦେଇଛି ସିପିଆଇଏମ୍ । ତେବେ ଖଣି ପରିବହନରେ ବାଧାପ୍ରାପ୍ତ ହୋଇଛି । ରକ୍ସି, ରେଞ୍ଜଡ଼଼ା ରେଲୱେ ସାଇଡିଂ ଅବରୋଧ କରାଯାଇଛି । ସେହିପରି ଜରୁରୀକାଳୀନ ସେବ, ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ବସ ଚଳାଚଳ ସ୍ୱାଭିକ ରହିଛି ।
ସୂଚନାଥାଉ ଯେ, ସୁନ୍ଦରଗଡ଼଼ ଜିଲ୍ଲା କୋଇଡା ବ୍ଲକ ବିଡିଓ ଭାବେ ପଲ୍ଲବୀ ରାଣି ୩ ବର୍ଷରୁ ଅଥଧିକ ସମୟ ହେଲା କାର୍ଯ୍ୟରତ ଅଛନ୍ତି । ହେଲେ ଏତେ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ଅଭିଯୋଗ ହୋଇଛି । ବିଡିଓଙ୍କ ବିରୋଧରେ ବିଧାୟକ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚମାନେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ, ବିଡିଓ ୧୫ଟି ପଞ୍ଚାୟତରେ କାମ ର ବିଲ୍ ପିଇଠ ନ କରିବା ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁରୀ ଦେଉ ନାହାଁନ୍ତି । ଯେଉଁଥି ପାଇଁ କୋଟି କୋଟି ଟଙ୍କା ସରକାରୀ ତାହାବିଲରେ ପଡିରହିଛି । ସେହିପରି କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ କରିଛି ସିପିଆଇଏମ୍ । ତେଗେ ଦୀର୍ଘ ଦିନ ହେବ ବିଡିଓଙ୍କ ବଦଳି ଦାବି କରାଯାଉଛି ।












Click it and Unblock the Notifications