ଓଡ଼ିଶାରେ ନିର୍ବାଚନ ଲଢି ସିପିଆଇ
୨୪ ସାଧାରଣ ନିର୍ବାଚନ ପାଇଁ ଏବେ ଠାରୁ ସରଗରମ ହେଲାଣି ଓଡ଼ିଶା ରାଜନୀତି । ନିର୍ବାଚନ ପାଇଁ ବିଜେଡି , ବିଜେପି ଓ କଂଗ୍ରେସ ପ୍ରସ୍ତୁତି ହେଉଥିବା ବେଳେ ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇବ ସିପିଆଇ । ଏହି କ୍ରମରେ ସିପିଆଇ ମଧ୍ୟ ରାଜ୍ୟରେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛି। ବିଜେଡି , ବିଜେପି ଓକଂଗ୍ରେସ ନିଜ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରୁଥିବା ବେଳେ ସିପିଆଇ ମଧ୍ୟ ଓଡ଼ିଶାରେ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି ।

ବରିଷ୍ଠ ସିପିଆଇ ନେତା ରାମକୃଷ୍ଣ ପଣ୍ଡା ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି, ଏଥର ଗୋଟିଏ ଲୋକ ସଭା ସହ ୫ରୁ ୮ ବିଧାନସଭାରେ ପ୍ରାର୍ଥୀ ଦେବ CPI। ଜଗତସିଂହପୁର ଲୋକ ସଭା ସହ ୫ରୁ ୮ ବିଧାନସଭା ଆସନରେ ଲଢିବ ଦଳ। ପିସିସି ସଭାପତିଙ୍କ ସହ ଇଣ୍ଡିଆ ମେଣ୍ଟର ବୈଠକରେ ପ୍ରସ୍ତାବ ଦିଆଯାଇଛି ବୋଲି ସିପିଆଇ ନେତା ସୂଚନା ଦେଇଛନ୍ତି।












Click it and Unblock the Notifications