ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡ଼ା ଚେତାବନୀ

ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡ଼ା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ କମିଶନର । ଦରଘା ବଜାର ଓ କଦମ ରସୁଲରେ ପୋଲିସର ଫ୍ଲାଗମାର୍ଚ୍ଚ। କଟକ ସହର ସାରା ପୋଲିସ ମୁତୟନ ଅଛନ୍ତି, ସ୍ଥିତି ସ୍ବାଭାବିକ ଅଛି। ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତ ତଥ୍ୟ ରଖୁଛନ୍ତି। ସୋସିଆଲ ମିଡିଆରେ ବିଭ୍ରାନ୍ତ ତଥ୍ୟ ରଖୁଛନ୍ତି, ଭାଇରାଲ କରୁଛନ୍ତି। ଏଥିରୁ କ୍ଷାନ୍ତ ରୁହନ୍ତୁ, ନଚେତ୍‌ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

CP issues stern warning

ସୋସିଆଲ୍ ମିଡିଆରେ କୌଣସି ପ୍ରକାରର ସାମ୍ପ୍ରଦାୟିକ ପୋଷ୍ଟ କିମ୍ବା ଉତ୍ତେଜନା ସୃଷ୍ଟି ଉଦ୍ୟମ କରୁଥିଲେ ସାବଧାନ । ସୋସିଆଲ୍‌ ମିଡିଆ ସ୍କାନ୍‌ କରୁଛନ୍ତି ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌। ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟିକାରୀଙ୍କୁ ପୁଲିସ କମିଶନର ଏସ୍‌. ଦେବଦତ୍ତ ସିଂହଙ୍କ କଡ଼ା ଚେତାବନୀ। ସେ କହିଛନ୍ତି ଯେ, ହଜାର ହଜାର ଆକାଉଣ୍ଟ ଉପରେ ପୁଲିସର ନଜର ରହିଛି। ଏଭଳି ବିଷୟ ସାମ୍ନାକୁ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ସ୍ଥଳେ ଦେଶଦ୍ରୋହ ମାମଲା ରୁଜୁ କରାଯିବ। ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର କହିଛନ୍ତି ।

ଶୁକ୍ରବାର ଦରଘା ବଜାର ଓ କଦମ ରସୁଲରେ ପୁଲିସ ଫ୍ଲାଗମାର୍ଚ୍ଚ କରିଛି। କଟକ ସହର ସାରା ପୁଲିସ ଫୋର୍ସ ମୁତୟନ ଅଛନ୍ତି, ଏବେ ସ୍ଥିତି ସ୍ବାଭାବିକ ଅଛି। ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତକାରୀ ତଥ୍ୟ ରଖୁଛନ୍ତି, ଭାଇରାଲ କରୁଛନ୍ତି। ଏଥିରୁ କ୍ଷାନ୍ତ ରହିବାକୁ ପୁଲିସ କମିଶନର ଚେତାବନୀ ଦେଇଛନ୍ତି। ଅପର ପକ୍ଷରେ କଟକ ସହରରେ ଆଜି କୌଣସି ପ୍ରକାରର ଶୋଭାଯାତ୍ରା ହେଉନାହିଁ। ତେଣୁ କୌଣସି ପ୍ରକାର ଗୁଜବକୁ ନେଇ ବିଶ୍ୱାସ ନକରିବାକୁ ପୁଲିସ କମିଶନର ପରାମର୍ଶ ଦେଇଛନ୍ତି। ଗୁଜବ ସୃଷ୍ଟିକଲେ କ୍ୟାରିଅର ଖରାଫ ହେବ, ଏବଂ ଗୁଜବକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ପୁଣିଥରେ ଚେତାଇ ଦେଇଛନ୍ତି ସିପି।

କଟକ ହିଂସା ଘଟଣାରେ ବର୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରାଯାଇଛି। ପ୍ରଥମ ଦିନରେ ୬ ଜଣ ଏବଂ ଆଜି ୩ ଜଣ ଅଭି‌ଯୁକ୍ତ ଗିରଫ ହୋଇଛନ୍ତି। ଆପତ୍ତିଜନକ ପୋଷ୍ଟ ପାଇଁ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ରାଲି ପାଇଁ ଅନୁମତି ନଦେବାରୁ ହିଂସା ଘଟାଇଥିବା ୨୦ ଜଣଙ୍କୁ ଗିରଫ ହୋଇଛନ୍ତି। ପାଖାପାଖି ୩୦୦ରୁ ଊର୍ଦ୍ଧ୍ବ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇ ଦିଆଯାଇଛି। ସଦ୍‌ଭାବନା ଓ ଶାନ୍ତି ଭଙ୍ଗ କରିଥିବା ଲୋକଙ୍କୁ ଦମନ କରାଯିବ। ଅଭିଯୁକ୍ତମାନଙ୍କର ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ।

ପରାମର୍ଶ ମାଧ୍ୟମରେ ପୁଲିସ କମିସନର କହିଛନ୍ତି, ନିଜ କ୍ୟାରିୟର ଉପରେ ଦୃଷ୍ଟିରେ ଦିଅନ୍ତୁ। ସାମାଜିକ ଗଣମାଧ୍ୟମରେ କିଛି ବି ଆପପ୍ରଚର କରନ୍ତୁ ନାହିଁ। ବର୍ତମାନ କଟକରେ ସ୍ଥିତି ନିୟନ୍ତ୍ରଣରେ ଅଛି। ଜନଜୀବନ ସ୍ବାଭାବି ଭାବେ ଚାଲିଛି। ହିଂସାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଛି। ସତର୍କତା ଅବଲମ୍ବନ କରାଯାଇଛି। ପୁଲିସ କଟକ ଉପରେ କଡା ନଜର ରଖିଛି।

ସୂଚନାଯୋଗ୍ୟ, କଟକ ସହରରେ ଗତ କିଛି ଦିନ ପୂର୍ବରୁ ୨ଟି ଗୋଷ୍ଠୀ ମଧ୍ୟରେ ହିଂସା ଦେଖାଯାଇଥିଲା। ଏହି ଘଟଣା ସମୟ କ୍ରମେ ବଢ଼ି ଚାଲିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ପୁଲିସ ମୁତୟନ କରାଯାଇଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ମୋଟ ୨୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ଜଣଙ୍କର ଅବସ୍ଥା ଗୁରୁତର ଥିଲା। ପରିସ୍ଥିତିର ମୁକାବିଲା କରିବା ପାଇଁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। କଟକ ସହରର ୧୩ଟି ଥାନା ଅଞ୍ଚଳରେ ଦୁଇଦିନ ପାଇଁ ଇଣ୍ଟରନେଟ ସେବା ଲାଗୁ କରିଥିଲା। ସେହିପରି ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+