ପୋଲିସ ଗାଡ଼ିକୁ ଗୁଳିମାଡ଼ କଲେ ଗୋ ମାଫିଆ; ୨ ଜଣ ଫେରାର, ଜଣେ ଗିରଫ
ଅବକାରୀ ଗାଡିକୁ ଗୁଳିମାଡ କଲେ ଗୋ ମାଫିଆ। ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ମସାବିରା ନିକଟରେ ଏଭଳି ଅଘଟଣ ଘଟିଛି। ଅବକାରୀ ବିଭାଗ କର୍ମଚାରୀ ମାନେ ଗାଡିରେ ଯାଉଥିବା ସମୟରେ ଗୋ ମାଫିଆ ମାନେ ଗୁଳି ଚାଳନା କରିଥିଲେ। କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି।

ପିକଅପରେ ମଦ ଚାଲାଣ ହେଉଥିବା ସନ୍ଦେହରେ କର୍ମଚାରୀମାନେ ପିଛା କରିଥିଲେ। ଏତିକି ବେଳେ ଗୋ ମାଫିଆ ମାନେ ସ୍କ୍ଵାଡ୍ ଙ୍କ ଗାଡି ଉପରକୁ ଗୁଳିମାଡ କରିଥିଲେ। ପୁଲିସ୍ ପିକଅପ୍ ଟିକୁ ଜବତ କରିବା ସହ କିଛି ଗୋରୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଦୁଇ ଜଣ ଚମ୍ପଟ ମାରିଥିବାବେଳେ ଜଣଙ୍କୁ ଗିରଫ କରାଯାଇଛି। ଏବଂ ବନ୍ଧୁକ ମଧ୍ୟ ଜବତ ହୋଇଛି।












Click it and Unblock the Notifications