ନନ୍ଦନକାନନରେ ଗଉର ଶାବକର ଜନ୍ମ, ୭ରେ ପହଞ୍ଚିଲା ଗୟଳ ସଂଖ୍ୟା
ନନ୍ଦନକାନନ ପ୍ରାଣୀଉଦ୍ୟାନର ୪୨ ନମ୍ବର ଏନ୍କ୍ଲୋଜରରେ ରହୁଥିବା ଗୟଳ ବୁଧବାର ସନ୍ଧ୍ୟାରେ ଏକ ଛୁଆକୁ ଜନ୍ମ ଦେଇଛି। ୨୦୨୪ ଜୁନ୍ ୫ରେ ଗୟଳ ଶେଷ ଥରପାଇଁ ଜନ୍ମ ଦେଇଥିଲା। ଏହି ନବଜାତ ଛୁଆର ବାପା ଏବଂ ମା' ଉଭୟ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲେ। ନଭେମ୍ବର ୨୦୨୪ରେ ଏମାନଙ୍କ ମିଳନ ହୋଇଥିଲା। ଏହି ନବଜାତକର ଜନ୍ମପରେ ଚିଡ଼ିଆଖାନାରେ ମୋଟ୍ ଗୟଳସଂଖ୍ୟା ୭ରେ ପହଞ୍ଚିଛି। ସେଥିମଧ୍ୟରୁ ୩ ପୁରୁଷ, ୩ ମାଈ ଏବଂ ୧ ଛୁଆ ଥିବାର ଜଣାପଡ଼ିଛି। ଗାଈ ପ୍ରଜାତି ମଧ୍ୟରେ ଗୟଳ ହେଉଛି ସର୍ବବୃହତ ।

ଏହାର ମାଂସପେଶୀର ଗଠନ, ଉତ୍ତଳ କପାଳଧାର ଏବଂ ଗୋଡ଼ରେ ହାଲୁକା ରଙ୍ଗ ଯୋଗୁ ସେ ଗୟଳ ଭାବେ ବେଶ୍ ପରିଚିତ। ଜଙ୍ଗଲ ପରିସଂସ୍ଥାକୁ ବଜାୟ ରଖିବାରେ ତୃଣଭୋଜି ପ୍ରାଣୀ ଗୟଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନୂଆଦିଲ୍ଲୀ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣର ସଂରକ୍ଷଣ ପ୍ରଜନନ କାର୍ଯ୍ୟକ୍ରମ ଅଧୀନରେ ମୈସୁରର ଶ୍ରୀଚାମରାଜେନ୍ଦ୍ର ପ୍ରାଣୀଉଦ୍ୟାନ, ଚେନ୍ନାଇର ଆରିଗନାର ଆନ୍ନା ପ୍ରାଣୀଉଦ୍ୟାନ ଏବଂ ଗୋଆର ବୋଣ୍ଡଲା ଚିଡ଼ିଆଖାନା ତରଫରୁ ଏମାନଙ୍କ ସଫଳ ପ୍ରଜଜନ ଓ ସଂରକ୍ଷଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications