For Quick Alerts
Turn On Notification  
For Daily Alerts
Oneindia App Download

ସମସ୍ତ ଜିଲ୍ଲାକୁ ପଠାଗଲା କୋଭିସିଲ୍ଡ ଟିକା

କରୋନା ଟିକା କୋଭିସିଲ୍ଡକୁ ବୁଧବାର ସମସ୍ତ ଜିଲ୍ଲା ମୁଖ୍ୟାଳୟକୁ ପଠାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଅନ୍ୟ ସମସ୍ତ ଜିଲ୍ଲାକୁ ଏହି ଟିକା ପଠାଯାଇଛି ।

|

ଭୁବନେଶ୍ୱର : କରୋନା ଟିକା କୋଭିସିଲ୍ଡକୁ ବୁଧବାର ସମସ୍ତ ଜିଲ୍ଲା ମୁଖ୍ୟାଳୟକୁ ପଠାଯାଇଛି । ଗତକାଲି କରୋନା ଟିକା କୋଭିସିଲ୍ଡ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ, କଟକ ଓ ନୟାଗଡ଼ ଜିଲ୍ଲାକୁ ପଠାଯାଇଥିଲା । ଏହା ପରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଅନ୍ୟ ସମସ୍ତ ଜିଲ୍ଲାକୁ ଏହି ଟିକା ପଠାଯାଇଛି । ପ୍ରତ୍ୟକ ଜିଲ୍ଲାର ଆକଳନ ଅନୁସାରେ ଟୀକାକରଣ କେନ୍ଦ୍ରକୁ ପଠାଯାଇଛି। ଜିଲ୍ଲାରୁ ଆସିଥିବା ସ୍ୱତନ୍ତ୍ର ବାକ୍ସରେ ଏହି ସବୁ ଟିକାକୁ ସୁରକ୍ଷିତ ଭାବେ ପଠାଯାଇଛି ।

Covishield

ସୂଚନା ଯୋଗ୍ୟ ଗତକାଲି ଭୁବନେଶ୍ୱରରେ ସ୍ୱତନ୍ତ୍ର ବିମାନ ଯୋଗେ ଟିକା ପହଞ୍ଚିବା ପରେ ଏହାକୁ ରାଜ୍ୟ ଟିକା ସଂଗ୍ରହାଳୟରେ ରଖାଯାଇଥିଲା । ଆସନ୍ତା ଜାନୁଆରୀ 16 ତାରିଖରେ ସାରା ଦେଶରେ କରୋନା ଟୀକାକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ରାଜ୍ୟ ସରକାର ଟୀକାକରଣର ସୁପରିଚାଳନା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିବା ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, ପୋଲିସ୍, ସଫେଇ କର୍ମଚୀରୀ ଭଳି ଆଗ ଧାଡ଼ିର କୋଭିଡ଼ ଯୋଦ୍ଧାମାନଙ୍କୁ ଟୀକାକରଣ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି । ଏନେଇ ରାଜ୍ୟ ସରକାର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Covishield vaccine has been sent to all district of Odisha with high security here today.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X