Get Updates
Get notified of breaking news, exclusive insights, and must-see stories!

ଆଜି ବି ୪ ଜିଲ୍ଲାରେ ବନ୍ଦ ରହିଛି କୋଭିଡ ଟିକାକରଣ

ଟଳୁନି ଟିକା ସଂକଟ । ଆଜି ମଧ୍ୟ ରାଜ୍ୟର ୪ଟି ଜିଲ୍ଲା- ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ର କୌଣସି ସ୍ଥାନରେ ଟିକାକରଣ ହେବ ନାହିଁ ।

ଭୁବନେଶ୍ୱର: ଟଳୁନି ଟିକା ସଂକଟ । ଆଜି ମଧ୍ୟ ରାଜ୍ୟର ୪ଟି ଜିଲ୍ଲା- ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ର କୌଣସି ସ୍ଥାନରେ ଟିକାକରଣ ହେବ ନାହିଁ । ଗତକାଲି ୪୬୩ଟି କେନ୍ଦ୍ରରେ ୫୮ ହଜାର ୨୦୮ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଥିଲା । ଏଯାବତ୍ ରାଜ୍ୟରେ ୬୮ ଲକ୍ଷ ୭୦ ହଜାର ୩୨୬ ଡୋଜ୍ ଟିକା ଦିଆଯାଇଛି ।

corona vaccination

୩ ଲକ୍ଷ ୨୮ ହଜାର ୧୦୯ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୨ ଲକ୍ଷ ୭୬ ହଜାର ୪୪୮ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ସେହିଭଳି ୨ ଲକ୍ଷ ୭୧ ହଜାର ୧୨୧ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୧ ଲକ୍ଷ ୬୭ ହଜାର ୨୫୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

୧୮ରୁ ୪୪ ବର୍ଷ ବୟସ୍କ ମଧ୍ୟରେ ୨ ଲକ୍ଷ ୩୭ ହଜାର ୧୯୫ ଜଣ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ୪୫ ବର୍ଷରୁ ଊର୍ଦ୍ଧ୍ୱ ୪୫ ଲକ୍ଷ ୫୧ ହଜାର ୯୨ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୧୦ ଲକ୍ଷ ୩୯ ହଜାର ୧୦୫ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

ଏବେ ରାଜ୍ୟ ପାଖରେ କେନ୍ଦ୍ର ଦେଉଥିବା କୋଭିସିଲ୍ଡରୁ ୩ ଲକ୍ଷ ୯ ହଜାର ୭୧୦ ଡୋଜ୍ ରହିଥିବା ବେଳେ କୋଭାକ୍ସିନର ୩ ଲକ୍ଷ ୫୪ ହଜାର ୮୯୦ ଡୋଜ୍ ରହିଛି । ରାଜ୍ୟ କିଣିଥିବା କୋଭାକ୍ସିନରୁ ୩୬ ହଜାର ୧୫୦ ଡୋଜ୍ ରହିଥିବା ବେଳେ କୋଭିସିଲ୍ଡିର ୩ ଲକ୍ଷ ୬୦ ହଜାର ୨୯୦ ଡୋଜ୍ ଟିକା ଅଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+