Get Updates
Get notified of breaking news, exclusive insights, and must-see stories!

ନଗଡ଼ାରେ ଦିଆଗଲା କୋଭିଡ୍ ଟିକା

ନଗଡ଼ାରେ ଦିଆଗଲା କୋଭିଡ୍ ଟିକା । ନଗଡାରେ ବସବାସ କରୁଥିବା ଜୁଆଙ୍ଗ ଆଦିବାସୀଙ୍କୁ କରୋନା ଟିକା ଦିଆଯାଇଛି ।

ଯାଜପୁର: ନଗଡ଼ାରେ ଦିଆଗଲା କୋଭିଡ୍ ଟିକା । ନଗଡାରେ ବସବାସ କରୁଥିବା ଜୁଆଙ୍ଗ ଆଦିବାସୀଙ୍କୁ କରୋନା ଟିକା ଦିଆଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବଣ ପାହାଡ଼ ଘେରା ଅନୁନ୍ନତ ଇଲାକା ନଗଡ଼ାର ଆଦିବାସୀଙ୍କୁ ଟିକାକରଣ କରାଯାଇଛି ।

Nagda

ଉଭୟ ତଳ ଓ ଉପର ନଗଡ଼ାର ୬୫ ଜଣ ଜୁଆଙ୍ଗ ଆଦିବାସୀଙ୍କ ସମେତ ଗୁହିଆଶାଳରୁ ୫୬ ଓ ତୁମୁଣିର ୩୮ ଜଣ ଜୁଆଙ୍ଗ ଆଦିବାସୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯାଇଛି । ଏଥି ସହିତ ନାଲିଆଡାବର ୨ ଜଣଙ୍କ ସମେତ ସେଠାରେ ରହି ଉନ୍ନୟନ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ୧୬ ଜଣ କର୍ମଚାରୀଙ୍କୁ ଟିକାକରଣ କରାଯାଇଛି । ନଗଡ଼ା ଅଞ୍ଚଳରେ ମୋଟ ୧୭୭ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି ।

ପ୍ରାୟ 250 ବୟସ୍କଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି- ନାଗଡାରେ 200 ଏବଂ ହାମଲେଟ୍ ତୁମୁନି ଏବଂ ଗୁହିସାଲରୁ 50 ଜଣ। ସୋମବାର ଦିନ ସମୁଦାୟ 176 ଜଣ ଆଦିବାସୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ପ୍ରଥମ ଡୋଜ ଦିଆଯାଇଛି । ସେଥିମଧ୍ୟରୁ 106 ଜଣ ପୁରୁଷ ଏବଂ ବାକି ମହିଳା ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ତଳ ନାଗଡା ଗାଁର ଦେଶ ପ୍ରଧାନ (28) ପ୍ରଥମ ବ୍ୟକ୍ତି ଯିଏକି କ୍ୟାମ୍ପରେ ପ୍ରଥମ ଡୋଜ ଟିକା ନେଇଥିଲେ ।

ଟିକାକରଣର ସପ୍ତାହକ ପୂର୍ବରୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅଙ୍ଗନୱାଡି ଓ ଆଶାକର୍ମୀ ମାନେ ଘର ଘର ବୁଲି ସଚେତନ କରାଇଥିଲେ । ତଳ ନଗଡ଼ାରେ ଥିବା ବିଦ୍ୟାଳୟ ପରିସରରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+