ବଢୁଛି କୋଭିଡ ସଂକ୍ରମଣ,24 ଘଣ୍ଟାରେ 24 ସଂକ୍ରମିତ
ଗତ 24 ଘଣ୍ଟାରେ ରାଜ୍ୟରେ 24 ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 15 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 9 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏଥିମଧ୍ୟରୁ 3 ଶିଶୁ ଥିବା ସୂଚନା ମିଳିଛି ।
ଭୁବନେଶ୍ବର: ପୁଣି କାୟା ମେଲାଇଲାଣି ମହାମାରୀ କରୋନା। ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି । ଯାହା ବର୍ତ୍ତଣାନ ଏକ ବଡ ଚିନ୍ତାର କାରଣ ହୋଇଛି । ଶୁକ୍ରବାର ଚିହ୍ନଟ ସଂକ୍ରମିତ ଅପେକ୍ଷ ଶନିବାର ମାମଲା ଅଧିକ ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ 24 ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 15 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 9 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏଥିମଧ୍ୟରୁ 3 ଶିଶୁ ଥିବା ସୂଚନା ମିଳିଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କଟକରୁ 2, ଝାରସୁଗୁଡାରୁ 5, ଖୋର୍ଦ୍ଧାରୁ 12,ସୁନ୍ଦରଗଡରୁ 3 ଓ ଷ୍ଟେଟପୁଲରୁ 2 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 620ରେ ପହଞ୍ଚିଛି ।
ବର୍ତ୍ତମାନ ରାଜ୍ୟରେ 149 ସକ୍ରିୟ ମାମଲା ରହିଛି । ନୂଆ 11 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 292 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଦେଶରେ ପୁଣି 8 ହଜାର ପାର କରିଛି ପଜିଟିଭ ସଂଖ୍ୟା ।












Click it and Unblock the Notifications