Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ, ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ଓଡ଼ିଶାରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମିତଙ୍କ ସଂଖ୍ୟା ୭କୁ ବୃଦ୍ଧି । ଗତକାଲି ରାଜ୍ୟରେ କୋଭିଡ ପଜିଟିଭଙ୍କ ସଂଖ୍ୟା ୫ ରହିଥିଲା । ଏବେ ଆଉ ଦୁଇ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ୭ ଛୁଇଁଛି । ଏହା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏସ ଅଶ୍ବଥି । ଆଉ ଜଣେ କୋଭିଡ ପଜିଟିଭ ମଧ୍ୟ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗ ପାଖକୁ ଆସିନାହିଁ । ଏବେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଏବେ ଯେଉଁ ଭାରିଏଣ୍ଟ ଚିହ୍ନଟ ହୋଇଛି ତାହା ମାଇଲଡ ଷ୍ଟ୍ରେନ । ତେଣୁ କେହି ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Covid situation under control in Odisha

ଜ୍ୟରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ । କରୋନାକୁ ଭୟକୁ ସମସ୍ତେ ଧୀରେଧୀରେ ଭୁଲିବାକୁ ଲାଗିଥିବା ବେଳେ ପୁଣି ଡରାଇଲାଣି କରୋନା ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ, ରାଜ୍ୟରେ ବି କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରୁ ଜଣାପଡିଛି ।

ପୂର୍ବରୁ ରାଜ୍ୟରେ ୫ଟି କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ଟି ମାମଲାକୁ ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ । ସେହିପରି ଆଣ୍ଟିଜେନ ପରୀକ୍ଷା ଜରିଆରେ ଆଜି କୋଭିଡ଼୍ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ରୋଗୀଙ୍କ ନମୁନା RTPCR ଟେଷ୍ଟ ପାଇଁ ଦିଆଯାଇଛି । ରିପୋର୍ଟ ଆସିବା ପରେ ଏହି ମାମଲାକୁ ସ୍ପଷ୍ଟ କରାଯାଇପାରିବ ।

ତେବେ ପୂର୍ବରୁ ଚିହ୍ନଟ ହୋଇଥିବା ରୋଗୀ ସୁସ୍ଥ ଅଛନ୍ତି । ଏବେ କୋଭିଡ଼୍ ପରିଚାଳନା ଲାଗି କେନ୍ଦ୍ର ସରକାରଙ୍କ ଠାରୁ ନିର୍ଦ୍ଦେଶ ଆସିଛି । ସେହି ହିସାବରେ କୋଭିଡ଼୍କୁ ପରିଚାଳନା କରାଯାଉଛି । ତେବେ ଏହି ଭରିଆଣ୍ଟ ଅଧିକ କ୍ଷତିକାରକ ହେଉନଥିବାରୁ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଲୋକମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପ୍ରତି ସଚେତନ ରୁହନ୍ତୁ ଓ ସତର୍କ ରୁହନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+