ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫କୁ ବୃଦ୍ଧି
ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ୍ ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଉଛି ।
JN.1 ସବ୍ ଭାରିଆଣ୍ଟ ଚିନ୍ତା ବଢାଇ ଥିବାବେଳେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏଥିସହ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସପ୍ତାହକ ମଧ୍ୟରେ ରାଜ୍ୟରେ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି ।
ତେବେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଜେଏନ.୧ ଭାରିଆଣ୍ଟର ଉପସ୍ଥିତି ନେଇ ସ୍ପଷ୍ଟ ହୋଇନଥିବା ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପୂର୍ବରୁ ସଂକ୍ରମିତ ହୋଇଥିବା ୩ ଜଣ ରୋଗୀ ଏବେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କର ଜିନୋମ ସିକ୍ୱେନ୍ସିଂ ରିପୋର୍ଟକୁ ଏବେ ଅପେକ୍ଷା କରାଯାଇଛି ।
ତେବେରିପୋର୍ଟ ଆସିବା ପରେ ସେମାନଙ୍କ ସଂକ୍ରମଣ ବାବଦରେ ସବିଶେଷ ତଥ୍ୟ ମିଳିପାରିବ । ଯେହେତୁ କୋଭିଡ ଭାଇରସ ସମ୍ପୂର୍ଣ୍ଣ ଭାବେ ଯାଇନାହିଁ ତେଣୁ ତାହା ଏବେ ବି ସକ୍ରିୟ ରହିଛି । ସେଥିପାଇଁ ଆମକୁ ସାବଧାନ ରହିବାକୁ ପଡ଼ିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ନିୟମ ପାଳନ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।
ଦେଶରେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ଧୀରେଧୀରେ ବୃଦ୍ଧି ପାଉଥିବା ବେଳେ ଜେଏନ.୧ ଭାରିଆଣ୍ଟ ବର୍ତ୍ତମାନ ସୁଦ୍ଧା ବିଶ୍ୱର ୪୧ଟି ଦେଶରେ କାୟା ବିସ୍ତାର କରିସାରିଲାଣି । ପ୍ରଥମ ଦୁଇଜଣ ସଂକ୍ରମିତ କଟକରୁ ଚିହ୍ନଟ ହୋଇଥିଲେ ।
ତେବେ ଗୋଟିଏ ସପ୍ତାହରେ ରାଜ୍ୟରୁ ୫ ଜଣ ସଂକ୍ରମିତ ଚିହ୍ନଟ ହେବା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ । ଏହି ମାମଲା ପରେ ଲୋକେ ଭୟଭୀତ ହୋଇଛନ୍ତି ।
ସେପଟେ ଦେଶରେ ବି କରୋନ ମାମଲା ବଢୁଛି । ଆଗକୁ ନୂଆବର୍ଷ ଥିବା ବେଳେ ଏହି ମାମଲା ପୁଣି ଚିନ୍ତାର କାରଣ ପାଲଟିଛି ।












Click it and Unblock the Notifications