'ଓଡ଼ିଶା-ମୋ ପରିବାର'ର ସମୀକ୍ଷା: କୋଭିଡ ମହାମାରୀରେ ସାମାଜିକ କାର୍ଯ୍ୟକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ ନବୀନଙ୍କ ଆହ୍ୱାନ
ଆଜି ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ମୋ ପରିବାର ର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି ।
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ମୋ ପରିବାରର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି ।କରୋନା ମହାମାରୀ ସମୟରେ ସାମାଜିକ କାର୍ଯ୍ୟକୁ ଆହୁରି ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ ଏହି ସମୀକ୍ଷା ବୈଠକରେ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସମୀକ୍ଷା ବୈଠକ ଆରମ୍ଭରେ ଓଡ଼ିଶା ମୋ-ପରିବାର ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଯଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, କୋଭିଡ ସମୟରେ ଶବଦାହ ପାଇଁ ଆରମ୍ଭ କରାଯାଇଥିବା ହେଲ୍ପଡେସ୍କ, ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କ ଏକ ତାଲିକା ପ୍ରସ୍ତୁତ, ଥାଲାସେମିଆ ଏବଂ ଅନ୍ୟାନ୍ୟ ଗୁରୁତର ପ୍ରଭାବିତ ବ୍ୟକ୍ତିଙ୍କୁ ସାହାଯ୍ୟ ଏବଂ ପ୍ଲାଜମା ସଂଗ୍ରମ ଅଭିଯାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମୋ ନବୀନ । ବିଧାୟକ ଦେବୀ ପ୍ରସାଦ ମିଶ୍ର ଓଡିଶା ମୋ ପରିବାର ପକ୍ଷରୁ କରଯାଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସୂଚନା ପ୍ରଦାନ କରିଥିଲେ । ସେହିପରି ଅରୁପ ପଟ୍ଟନାୟକ ମଧ୍ୟ ଓଡିଶା ମୋ ପରିବାର ଦ୍ବାରା ହୋଇଥିବା ସମସ୍ତ କାର୍ଯ୍ୟର ସବିଶେଷ ବିବରଣୀ ଦେଇଥିଲେ । ଅନ୍ୟାନ ସଦସ୍ୟମାନଙ୍କ ମଧ୍ୟରେ ଅତନୁ ସବ୍ୟସାଚୀ ନାୟକ ସ୍ୱାସ୍ଥ୍ୟ ସମ୍ବଧୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆଜିର ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଚାନ୍ଦବାଲୀ ବିଧାୟକ ବ୍ୟୋମକେଶ ରାୟ ଏବଂ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications