କଟକଣା ଭିତରେ ଜୁନ୍ 7ରୁ ଖୋଲିବ ହାଇକୋର୍ଟ : ଜାଣନ୍ତୁ କିଭଳି କରିବେ ମାମଲାର ଆବେଦନ
କରୋନା କଟକଣା ଭିତରେ ଆସନ୍ତା ଜୁନ୍ 7ରୁ ଖୋଲିବାକୁ ଯାଉଛି ଓଡିଶା ହାଇକୋର୍ଟ
କଟକ : କରୋନା କଟକଣା ଭିତରେ ଆସନ୍ତା ଜୁନ୍ 7ରୁ ଖୋଲିବାକୁ ଯାଉଛି ଓଡିଶା ହାଇକୋର୍ଟ । ଏହା ଜୁଲାଇ 2 ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସକାଳ ସାଢେ ଦଶଟାରୁ ଆରମ୍ଭ ହେବ କୋର୍ଟ । କରୋନା କଟକଣା ଭିତରେ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ କୋର୍ଟ ଚାଲିବ । ପ୍ରତି କାର୍ଯ୍ୟ ଦିବସରେ ଗୋଟିଏ ଡିଭିଜନ ଓ 6 ସିଙ୍ଗିଲ ବେଞ୍ଚ କାମ କରିବ । ହାଇକୋର୍ଟକୁ ଆସୁଥିବା କର୍ମଚାରୀମାନେ ସାଙ୍ଗରେ ଆଇକାର୍ଡ ବା ପରିଚୟ ପତ୍ର ନେଇ ଆସିବେ ।

କୋର୍ଟର ଅଧିକାରୀ ଏବଂ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ହାଇକୋର୍ଟ କ୍ୟାମ୍ପସରେ ପ୍ରବେଶ ଉପରେ ପ୍ରତିବନ୍ଧକ ରହିବ । ତଥାପି, ମାମଲା ସହିତ ସଂପୃକ୍ତ ଓକିଲମାନେ ଜରୁରୀ ସ୍ଥିତିରେ ସୀମିତ ସମୟ ପାଇଁ ହାଇକୋର୍ଟକୁ ଆସିପାରିବେ । ସକାଳ 10.30 ରୁ ମଧ୍ୟାହ୍ନ 12.30 ମଧ୍ୟରେ ଡ୍ରପ୍ ବକ୍ସ ମାଧ୍ୟମରେ (କପି ବିଭାଗର କାଉଣ୍ଟର ନିକଟରେ ରଖାଯାଇଥିବା ) କିମ୍ବା [email protected] କିମ୍ବା ଇ-ଫାଇଲ୍ ପୋର୍ଟାଲ୍ ମାଧ୍ୟମରେ ଇ-ମେଲ୍ ରେ ମାମଲାର ପଞ୍ଜିକରଣ ଏବଂ ଡକ୍ୟୁମେଣ୍ଟ ଫାଇଲ୍ ପଠାଇ ପାରିବେ ।












Click it and Unblock the Notifications