କୋଭିଡ୍ ମୃତକଙ୍କୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ମିଳିବ ୫୦ ହଜାର ଟଙ୍କା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କୋଭିଡରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ମିଳିବ ୫୦ ହଜାର ଟଙ୍କା ଅନୁକମ୍ପା ରାଶି । ଆସନ୍ତା ନଭେମ୍ବର ମାସରୁ ଏହି ସହାୟତା ବଣ୍ଟନ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କୋଭିଡରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ମିଳିବ ୫୦ ହଜାର ଟଙ୍କା ଅନୁକମ୍ପା ରାଶି । ଆସନ୍ତା ନଭେମ୍ବର ମାସରୁ ଏହି ସହାୟତା ବଣ୍ଟନ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ସଂକ୍ରମିତ ହେବାର ମାସକ ମଧ୍ୟରେ ମୃତ୍ୟୁ ହୋଇଥିବା କୋଭିଡ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ଏସଓପି ଜାରି କରିବେ ।

Coronavirus

ସେହିପରି ୩୦ ଦିନ ଭିତରେ ଆତ୍ମହତ୍ୟା କରିଥିବା କିମ୍ବା ଦୁର୍ଘଟଣାର ଶିକାର ହୋଇଥିବା କୋଭିଡ୍‌ ଆକ୍ରାନ୍ତଙ୍କୁ ଏଥିରେ ସାମିଲ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ରାଜ୍ୟର କୋଭିଡ ମୃତ୍ୟୁ ତାଲିକାରେ ଏସବୁକୁ ସାମିଲ କରାଯିବ। ଫଳରେ ରାଜ୍ୟରେ ମୋଟ କୋଭିଡ ମୃତ୍ୟୁସଂଖ୍ୟା ବଢ଼ିବ। କୋଭିଡ୍‌ ମୃତ୍ୟୁର ପୁନଃ ଅଡିଟ କରିବା ପାଇଁ ଜିଲ୍ଲା ସ୍ତରରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଦେଶରେ କୋଭିଡ-୧୯ ମହାମାରୀରେ ପ୍ରଥମ ମୃତ ଘଟଣା ରିପୋର୍ଟ ହେବା ଦିନଠୁ କୋଭିଡ-୧୯କୁ ଯେପର୍ଯ୍ୟନ୍ତ ମହାମାରୀ ତାଲିକାରୁ ବାଦ୍ ଦିଆନଯାଇଛି ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ରୋଗରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ଅନୁକମ୍ପାମୂଳକ ସହାୟତା ଦେବାକୁ କେନ୍ଦ୍ର ସରକାର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୮ତାରିଖ ସୁଦ୍ଧା ଓଡ଼ିଶାରେ ମୋଟ ୮୧୮୭ଜଣ ଲୋକ କୋଭିଡ ସଂକ୍ରମଣରେ ପ୍ରାଣ ହରାଇଥିବାବେଳେ ସର୍ବାଧିକ ୧୪୯୫ଜଣ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଛନ୍ତି। ମାଲକାନଗିରିରେ ସବୁଠୁ କମ୍ ୪୬ଜଣ ବ୍ୟକ୍ତିଙ୍କର କୋଭିଡରେ ମୃତ୍ୟୁ ହୋଇଥିବାବେଳେ କଟକରେ ୮୩୫ଜଣ, ପୁରୀରେ ୪୫୨ଜଣ, ଜଗତସିଂହପୁରରେ ୩୦୨ଜଣ, କେନ୍ଦ୍ରାପଡ଼ାରେ ୨୪୫ଜଣ, ଗଞ୍ଜାମରେ ୪୭୪ଜଣ, ଅନୁଗୁଳରେ ୩୮୮ଜଣ, ସୁନ୍ଦରଗଡ଼ରେ ୫୭୯ଜଣଙ୍କର କୋଭିଡରେ ଆଜିସୁଦ୍ଧା ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ରେକର୍ଡରୁ ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+