ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ ,ଅଗଷ୍ଟ ଦ୍ୱିତୀୟ ସପ୍ତାହ ପରେ ଓଡ଼ିଶା ଭଲ ସ୍ଥିତିକୁ ଆସିପାରେ

COVID CASE IN ODISHA CROSS 700 ..ଜୁଲାଇ ୧୫ରୁ ମିଳିବ ମାଗଣା ବୁଷ୍ଟର ଡୋଜ୍ଅଗଷ୍ଟ ଦ୍ୱିତୀୟ ସପ୍ତାହ ପରେ ଓଡ଼ିଶା ଭଲ ସ୍ଥିତିକୁ ଆସିପାରେ

ଭୁବନେଶ୍ୱର:ଓଡ଼ିଶାରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରେ ୭୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରଥାଯାତ୍ରା ସରିବା ପରେ ହଟାତ୍ କୋଭିଟ୍ ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ ବିଢିଯାଇଛି । ଅନେକ ରଥଯାତ୍ରା ସାରି ନିଜ ଅଞ୍ଚଳକୁ ଫେରିଛନ୍ତି ଜନସାଧାରଣ ଯାହା ଉପରେ ନଜର ରଖାଯାଇଛି ।ବିଭିନ୍ନ ଜିଲ୍ଲାରକ'ଣ ପରିସ୍ଥିତି ରହୁଛି ତାକୁ ମଧ୍ୟ ତର୍ଜମା କରାଯାଉଛି ।ତେବେ ଅନ୍ୟ ଲହର ପରି ସଂକ୍ରମଣ ବଢୁ ନାହିଁ ହେଲେ ଧିରେ ଧିରେ ସଂକ୍ରମଣ ବଢୁଛି ।ତେଣୁ ଯେଉଁ ମାନେ ଟିକା ନେଇ ନାହଁନ୍ତି ତୁରନ୍ତ ଟିକା ନିଅନ୍ତୁ । କେତେ ବଢୁଛି, ବଢିବାର ଆକାର କଣ , ଏହାର ଫାଟାଲିଟି କେତେ ତା ଉପରେ ନଜର ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

corona

ତେବେ ରାଜ୍ୟରେ ଏହି ଲହରରେ ପ୍ରଥମ କୋଭିଡ୍ ଜନିତ ମୃତ୍ୟୁ ହୋଇଛି । ତେଣୁ ବେଶୀ ଅନୁସାଙ୍ଗିକ ରୋଗ ଥିବା ଲୋକଙ୍କ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ଦେଖାଯାଉଛି ତେଣୁ ସେମାନେ ସଚେତନ ରହିବା ନିହାତି ଆବଶ୍ୟକ । ରାଜ୍ୟରେ ବର୍ତ୍ତମାନ ସ୍ଥିତି ଦେଖି ଆକଳନ କରାଯାଉଛି ଯେ ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

corona bijaye
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+