ରାଜଧାନୀରେ ଗଡିଲା କୋଭିଡ୍ ଭ୍ୟାନ୍
ଆଜିଠୁ ଭୁବନେଶ୍ୱରର କ୍ୟାପିଟଲ ହସ୍ପିଟାଲରୁ ଗଡିଲା କୋଭିଡ୍ ପରୀକ୍ଷା ଭ୍ୟାନ୍। ରାଜଧାନୀର ଘରେ ଘରେ ବୁଲି କୋଭିଡ୍ ଟେଷ୍ଟ କରିବ ଏହି ଭ୍ୟାନ୍।
ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରର କ୍ୟାପିଟଲ ହସ୍ପିଟାଲରୁ ଗଡିଲା କୋଭିଡ୍ ପରୀକ୍ଷା ଭ୍ୟାନ୍। ରାଜଧାନୀର ଘରେ ଘରେ ବୁଲି କୋଭିଡ୍ ଟେଷ୍ଟ କରିବ ଏହି ଭ୍ୟାନ୍। ଏହି ଭ୍ୟାନରେ ଦୈନିକ ୫୦୦ ଜଣଙ୍କର କୋଭିଡ୍ ଟେଷ୍ଟ କରିବାର କ୍ଷମତା ରହିଛି। ଗାଡିର ଗୋଟିଏ ପଟେ ପଞ୍ଜିକରଣ ଏବଂ ଅନ୍ୟପଟେ ପରୀକ୍ଷା କରାଯିବ।

ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଦୈନିକ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାପରେ ବି ରାଜଧାନୀବାସୀ ସାବଧାନତା ଅବଲମ୍ବନ କରୁନାହାନ୍ତି। ଯାହା ଫଳରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦୦ ମୁହାଁ ହେବାକୁ ବସିଲାଣି।
ସେହିପରି ମଙ୍ଗଳବାର ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ନୁଆ ସଂକ୍ରମିତ ସଂଖ୍ୟା ୭୭୩ ରହିଥିଲା। ସେଥିମଧ୍ୟରୁ କ୍ୱାରେନଣ୍ଟାଇନରୁ ୧୪୦ ରହିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ ୬୩୨ ରହିଥିଲା। ଲଗାତର ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ଜିଲ୍ଲାରୁ ଆଜି ମଧ୍ୟ ସର୍ବାଧିକ ୧୮୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।












Click it and Unblock the Notifications