For Quick Alerts
Turn On Notification  
For Daily Alerts
Oneindia App Download

COVID-19 vaccine: ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ!; ଜାଣନ୍ତୁ, କିଏ ଆଉ କେମିତି ପାଇବେ ଟିକା ?

କରୋନା ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି କି ?

|

ଭୁବନେଶ୍ୱର: କରୋନା ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି କି ? କରୋନା ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ବୟସ୍କ ବ୍ୟକ୍ତି ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ବୟସ୍କ ଲୋକଙ୍କୁ ପ୍ରାଥମିକତା ଦିଆଯିବ । ଏନେଇ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

covid-19-vaccine-state-govt-planning-for-coronavirus-vaccination

ନିର୍ବାଚନ ମଡେଲ ଭଳି ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା । ୨୯ ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି ବୋଲି ବିଜୟ ସୂଚନା ଦେଇଛନ୍ତି । ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣ ନିୟୋଜିତ ରହିବେ । ଜଣେ ଭ୍ୟାକ୍ସିନେଟର ଓ ଜଣେ ଭ୍ୟାକ୍ସିନେସନ ଅଧିକାରୀ ରହିବେ । ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ ବୋଲି ସେ କହିଛନ୍ତି ।

ସେହିପରି କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଟିକା ନେବା ଆଗରୁ ନାମ ପଞ୍ଜୀକରଣ କରିବାକୁ ପଡିବ । ତତକ୍ଷଣାତ ପଞ୍ଜିକରଣ ହେବ ନାହିଁ। କେବଳ ପୋର୍ଟାଲରେ ପଞ୍ଜୀକରଣ ହେବ। କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ, ପରିଚୟ ପତ୍ର ଦେଇ ପଞ୍ଜୀକରଣ କରିବାକୁ ପଡିବ । ଗୋଟିଏ କେନ୍ଦ୍ରରେ ଶହେରୁ ୨ଶହ ଲୋକଙ୍କୁ ଟୀକା ଦିଆଯିବ । ଟୀକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟସ୍ତରରୁ ବ୍ଳକସ୍ତର ପର୍ଯ୍ୟନ୍ତ ଟାସ୍କଫୋର୍ସ ଗଠନ କରାଯାଇଛି । ଟିକାକରଣ ସ୍ଥାନରେ ୩ଟି ରୁମ୍‌ ରହିବ, ପ୍ରେକ୍ଷାଳୟ,ନିରୀକ୍ଷଣ ଓ ଟିକାକରଣ ରୁମ୍‌ ରହିବ । ଟିକାକରଣ ସରିବା ପରେ ୩୦ ମିନିଟ ନିରୀକ୍ଷଣରେ ରଖାଯିବ, ଟିକାକରଣ ପରେ ସାର୍ଟିଫିକେଟ ଦିଆଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
COVID-19 vaccine: state govt planning for Coronavirus vaccination
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X