For Quick Alerts
Turn On Notification  
For Daily Alerts
Oneindia App Download

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା: 34 ପ୍ୟାକେଟର ଟିକା, 3 ଟି ଗାଡିରେ ଗଲା ଟିକାକରଣ କେନ୍ଦ୍ର

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ପୁଣେରୁ ଭୁବନେଶ୍ୱର ଆସି ପହଞ୍ଚିଲା ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ।

|

ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ପୁଣେରୁ ଭୁବନେଶ୍ୱର ଆସି ପହଞ୍ଚିଲା ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା । ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ଟିକାକରଣ କେନ୍ଦ୍ରକୁ ନିଆଗଲା ।

ପୁଣେରୁ 34 ପ୍ୟାକେଟର ଟିକା ଅପରାହ୍ନ 3ଟା 40 ମିନିଟରେ ଆସି ପହଞ୍ଚିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି 34ଟି ପ୍ୟାକେଟରେ ୪୦,୮୦୦ ଡୋଜ କୋଭିସିଲଡ଼ ଟିକା ରହିଛି । ସେରମ ଇନଷ୍ଟିଚ୍ୟୁଟରୁ ଏକ ସ୍ପାଇସ ଜେଟ ବିମାନରେ ଆସିଥିଲା । ଏହି ଟିକାକୁ 2ରୁ 8 ଡିଗ୍ରୀ ସେଲସିୟସରେ ରଖାଯାଉଛି । ଆସନ୍ତାକାଲି କିମ୍ବା ଆଜି ସନ୍ଧ୍ୟାରେ ଏହା 9ଟି ଆଞ୍ଚଳିକ ଟିକା କେନ୍ଦ୍ରକୁ ପଠାଯିବ ।

Covid-19 vaccine

ଯେଉଁ ସମସ୍ତ ଟିକା କେନ୍ଦ୍ର ଚିହ୍ନଟ ହୋଇଛି ସେଗୁଡିକ ହେଲା ଭୁବନେଶ୍ୱର, କଟକ, ଗଞ୍ଜାମ, ବାଲେଶ୍ୱର, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗିର, କନ୍ଧମାଳ ଓ କୋରାପୁଟ । ଯେତିକି ଟିକା ଆସିଛି ସେଥିରେ 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯିବ । ଏହାପରେ ଆଉ ୨୦ ହଜାର କୋଭିସିଲ୍ଡ ଖୁବଶୀଘ୍ର ଆସି ପହଞ୍ଚିବ । ପ୍ରଥମ ପର୍ଯ୍ୟାୟରେ ବୟସ୍କ ଓ ହାଇରିକ୍ସ ଜୋନ୍‌ରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ଟିକା ।

ଆସନ୍ତା ଜାନୁୟାରୀ 16 ତାରିଖ ରୁ ଭୁବନେଶ୍ୱରର 5ଟି ସ୍ଥାନ ଯଥା କ୍ୟାପିଟାଲ ହସ୍ପିଟାଲ, ୟୁନିଟ-4 ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ ହସ୍ପିଟାଲ, ଓ କିମ୍ସ ହସ୍ପିଟାଲରେ ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ଜଣାପଡିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Covid-19 vaccine: 34 packets of Corona vaccine arrived to Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X