Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା: 34 ପ୍ୟାକେଟର ଟିକା, 3 ଟି ଗାଡିରେ ଗଲା ଟିକାକରଣ କେନ୍ଦ୍ର

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ପୁଣେରୁ ଭୁବନେଶ୍ୱର ଆସି ପହଞ୍ଚିଲା ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ।

ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ପୁଣେରୁ ଭୁବନେଶ୍ୱର ଆସି ପହଞ୍ଚିଲା ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା । ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ଟିକାକରଣ କେନ୍ଦ୍ରକୁ ନିଆଗଲା ।

ପୁଣେରୁ 34 ପ୍ୟାକେଟର ଟିକା ଅପରାହ୍ନ 3ଟା 40 ମିନିଟରେ ଆସି ପହଞ୍ଚିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି 34ଟି ପ୍ୟାକେଟରେ ୪୦,୮୦୦ ଡୋଜ କୋଭିସିଲଡ଼ ଟିକା ରହିଛି । ସେରମ ଇନଷ୍ଟିଚ୍ୟୁଟରୁ ଏକ ସ୍ପାଇସ ଜେଟ ବିମାନରେ ଆସିଥିଲା । ଏହି ଟିକାକୁ 2ରୁ 8 ଡିଗ୍ରୀ ସେଲସିୟସରେ ରଖାଯାଉଛି । ଆସନ୍ତାକାଲି କିମ୍ବା ଆଜି ସନ୍ଧ୍ୟାରେ ଏହା 9ଟି ଆଞ୍ଚଳିକ ଟିକା କେନ୍ଦ୍ରକୁ ପଠାଯିବ ।

Covid-19 vaccine

ଯେଉଁ ସମସ୍ତ ଟିକା କେନ୍ଦ୍ର ଚିହ୍ନଟ ହୋଇଛି ସେଗୁଡିକ ହେଲା ଭୁବନେଶ୍ୱର, କଟକ, ଗଞ୍ଜାମ, ବାଲେଶ୍ୱର, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗିର, କନ୍ଧମାଳ ଓ କୋରାପୁଟ । ଯେତିକି ଟିକା ଆସିଛି ସେଥିରେ 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯିବ । ଏହାପରେ ଆଉ ୨୦ ହଜାର କୋଭିସିଲ୍ଡ ଖୁବଶୀଘ୍ର ଆସି ପହଞ୍ଚିବ । ପ୍ରଥମ ପର୍ଯ୍ୟାୟରେ ବୟସ୍କ ଓ ହାଇରିକ୍ସ ଜୋନ୍‌ରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ଟିକା ।

ଆସନ୍ତା ଜାନୁୟାରୀ 16 ତାରିଖ ରୁ ଭୁବନେଶ୍ୱରର 5ଟି ସ୍ଥାନ ଯଥା କ୍ୟାପିଟାଲ ହସ୍ପିଟାଲ, ୟୁନିଟ-4 ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ ହସ୍ପିଟାଲ, ଓ କିମ୍ସ ହସ୍ପିଟାଲରେ ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ଜଣାପଡିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+