ଆସନ୍ତାକାଲିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ କୋଭିଡ ଟିକାକରଣ
ଆସନ୍ତାକାଲିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍ ଟିକା । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁରୁଣା ଗାଇଡ଼ଲାଇନ ଅନୁସାରେ ଟିକାକରଣ ହେବ ।
ଭୁବନେଶ୍ୱର: ଆସନ୍ତାକାଲିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍ ଟିକା । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁରୁଣା ଗାଇଡ଼ଲାଇନ ଅନୁସାରେ ଟିକାକରଣ ହେବ ।

ମିଳିଥିବା ସୂଚନାଅନୁସାରେ କୋଭିସିଲ୍ଡ ଟିକାର ୧ ଲକ୍ଷ ଡୋଜ ଆସିଛି । ସବୁ ଜିଲ୍ଲାକୁ ଟିକା ପଠାଯାଇଛି । ଯେଉଁମାନେ ଦ୍ୱିତୀୟ ବା ବୁଷ୍ଟର ଡୋଜ ନେଇ ନାହାନ୍ତି ସେମାନଙ୍କୁ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସମ୍ଭାବ୍ୟ ସଂକ୍ରମଣ ବଢ଼ିବା ଆଶା କରାଯାଉଥିବା ବେଳେ ଏବେ ଯେଉଁମାନେ ଦ୍ୱିତୀୟ ଓ ବୁଷ୍ଟର ନେଇ ନାହାନ୍ତି ସେମାନେ ନିଅନ୍ତୁ । ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ନେଇଛନ୍ତି ବୁଷ୍ଟର ଡୋଜ।
ଆସନ୍ତାକାଲିଠୁ ଯେଉଁମାନେ ୨ୟ ଡୋଜ କିମ୍ବା ବୁଷ୍ଟର ଡୋଜ ନେଇ ନାହାନ୍ତି ସେମାନେ ନେଇ ପାରିବେ । ସରକାରୀ ହସ୍ପିଟାଲ ଗୁଡିକରେ ଦିଆଯିବ ଟିକା । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପଞ୍ଜିକରଣ କରି ଟିକା ନେଇ ପାରିବେ। ଭୁବନେଶ୍ବରରେ ପୂର୍ବ ପରି ଯେଉଁ ଯେଉଁ ସେଣ୍ଟର ଗୁଡିକ ମଧ୍ୟ ରହିଥିଲା ସେଠି ମଧ୍ୟ ଟିକା ଦିଆଯିବ ।












Click it and Unblock the Notifications