କୋଭିଡ ପାଇଁ ଦର୍ଶନ ଦେବନି କାଳିଆ : ଏହି ତାରିଖ ଯାଏଁ ବନ୍ଦ ରହିଲା ଶ୍ରୀମନ୍ଦିର

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମେ 15 ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଛି

ପୁରୀ : ପୁଣି ଭଗବାନ-ଭକ୍ତଙ୍କ ବନ୍ଧନରେ ବାଧକ ସାଜିଲା କରୋନା। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମେ 15 ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଛି । ଭକ୍ତମାନଙ୍କ ପାଇଁ ଏହି ତାରିଖ ପର୍ଯ୍ୟନ୍ତ କାଳିଆ ଦର୍ଶନ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଶ୍ରଦ୍ଧାଳଙ୍କ ଦର୍ଶନ ଉପରେ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଥିଲେ ସେବାୟତ।
ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜିଲ୍ଲାପାଳ, ଉନ୍ନୟନ ପ୍ରଶାସକ ଓ ଛତିଶା ନିଯୋଗ ସଦସ୍ୟ ସାମିଲ ହୋଇଥିଲେ। ରାଜ୍ୟରେ ଦ୍ରୁତ କରୋନା ସଂକ୍ରମଣ ପାଇଁ ନୂଆ ଏସଓପି ଜାରି ହୋଇଛି ।

ପୁରୀ ଶ୍ରୀମନ୍ଦିର

ପୂର୍ବ ଏସଓପି ଅନୁସାରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ରାଜ୍ୟ ବାହାରର ଭକ୍ତ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ରହିଥିଲା। କୋଭିଡ ଟିକାର ଦୁଇଟି ଡୋଜ୍ ନେଇଥିବା ସାର୍ଟିଫିକେଟ ଦେଖାଇଲେ ବି ଦର୍ଶନ କରିପାରୁଥିଲେ। ସେହିପରି ବାହାର ରାଜ୍ୟର ଶ୍ରଦ୍ଧାଳୁ ତେବେ ରାଜ୍ୟ ଭିତରର ଭକ୍ତ କେବଳ ଆଧାର କାର୍ଡ ଦେଖାଇ ମନ୍ଦିରକୁ ଯାଉଥିଲେ।
ସେହିପରି ପଶ୍ଚିମବଙ୍ଗରେ କୋଭିଡ୍‌-୧୯ ର ଟ୍ରିପଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଚିହ୍ନଟ ହେବା ପରେ ସତର୍କ ହୋଇ ପୁରୀ ଜିଲ୍ଲା ପ୍ରଶାସନ ଶନିବାର ପୁରୀର ସମସ୍ତ ହୋଟେଲ, ରହଣି ସ୍ଥାନ ଏବଂ ଧର୍ମଶାଳା ଉପରେ ଚଢାଉ କରିଛି। ପୁରୀ ସବ୍-କଲେକ୍ଟର କହିଛନ୍ତି ଯେ ପର୍ଯ୍ୟଟକମାନଙ୍କର ବିଶେଷ କରି ପଶ୍ଚିମବଙ୍ଗରୁ ଆସୁଥିବା ପର୍ଯ୍ୟଟକଙ୍କ ଆର୍‌ଟି- ପିସିଆର୍‌ ରିପୋର୍ଟ ଯାଞ୍ଚ କରାଯାଉଛି। ପଡୋଶୀ ରାଜ୍ୟରୁ କୌଣସି ପର୍ଯ୍ୟଟକଙ୍କୁ ହୋଟେଲ ଏବଂ ରହଣିରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଦର୍ଶାଇ ସେ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ୧୪ ଦିନ ମାଗଣା କିମ୍ବା ଦେୟଯୁକ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+