For Quick Alerts
Turn On Notification  
For Daily Alerts
Oneindia App Download

ବିଧାନସଭାରୁ ହଟିଲା କଟକଣା: ଏଣିକି ସ୍ୱାଭାବିକ ଚାଲିବ ଗୃହକାର୍ଯ୍ୟ

ବିଧାନସଭାରୁ ହଟିଲା କଟକଣା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ନିଆଗଲା ନିଷ୍ପତ୍ତିା ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି ହୋଇଛି ।

|

ଭୁବନେଶ୍ୱର: ବିଧାନସଭାରୁ ହଟିଲା କଟକଣା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ନିଆଗଲା ନିଷ୍ପତ୍ତିା ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି ହୋଇଛି । ସନ୍ଧ୍ୟା ୬ଟା ପରିବର୍ତ୍ତେ ସନ୍ଧ୍ୟା ୭ ଯାଏ ଚାଲିବ ଗୃହକାର୍ଯ୍ୟ ।

Odisha Assembly Winter Session

ଆସନ୍ତା ୨୪ରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ବିଧାୟକମାନେ ନିଜ ନିଜ ଆସନରେ ବସିବେ । ପ୍ରେସ ଗ୍ୟାଲେରୀରେ ଗଣମାଧ୍ୟମକୁ ଅନୁମତି ମିଳିବ । ଲିଖିତ ଭାବେ ଜଣାଇଲେ ସେମାନେ ଭିଡିଓ କନଫରନେସ୍ ମାଧ୍ୟମରେ ବିଧାନସଭା ଅଧିବେଶନରେ ଯୋଗ ଦେଇପାରିବେ । ସକାଳ ସାଢ଼େ ୧୦ରୁ ସାଢ଼େ ଗୋଟାଏ ଏବଂ ଅପରାହ୍ନରେ ୪ଟାରୁ ୭ ପର୍ଯ୍ୟନ୍ତ ବିଧାନସଭା ଚାଲିବ ବୋଲି କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ବିଧାନସଭା ଶୀତ ଅଧିବେଶନର ସୁପରିଚାଳନା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପୂର୍ବରୁ କରୋନା କଟକଣା ଭିତରେ ବସୁଥିଲା ବିଧାନସଭା ଅଧିବେଶନ । କିନ୍ତୁ ଏଥର ତାକୁ ହଟାଇ ଦିଆଯାଇଛି । ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Covid-19 Guideline Remove From Odisha Assembly Winter Session
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X