ଗୋଟିଏ ପରିବାରର 7 ଜଣ କରୋନା ଆକ୍ରାନ୍ତ : ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ହେଲା ରାଜ୍ୟର ଏହି ଗାଁ
ଗୋଟିଏ ପରିବାରର 7 ଜଣ କରୋନା ଆକ୍ରାନ୍ତ ହେବା ପରେ ଉକ୍ତ ଗାଁର ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ
କେନ୍ଦୁଝର । ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଶେଧକ ଭାବରେ ରାଜ୍ୟ ସରକାର ସହରାଞ୍ଚଳରେ ଆଜି ଠାରୁ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ନେଇ କଠୋର ହେଉଛି ଜିଲ୍ଲା ପ୍ରଶାସନ । ଗୋଟିଏ ପରିବାରର 7 ଜଣ କରୋନା ଆକ୍ରାନ୍ତ ହେବା ପରେ ଉକ୍ତ ଗାଁର ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଜାଲି ପଞ୍ଚାୟତର ଟାଙ୍ଗରବନ୍ତଳା ଗ୍ରାମର 5 ନମ୍ବର ୱାର୍ଡରେ ରହୁଥିବା ଗୋଟିଏ ପରିବାରର ସାତ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

ଏହା ଜଣାପଡିବା ପରେ ଉକ୍ତ ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦେବା ସହ ମେଡିକାଲ ପକ୍ଷରୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଛି ଜିଲ୍ଲା ପ୍ରଶାସନ । ଏହାସହ ଗ୍ରାମବାସୀଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଉଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିଲେ ଅନ୍ୟ ସାହିଗୁଡିକୁ ମଧ୍ୟ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ ବୋଲି ଚମ୍ପୁଆ ତହସିଲଦାର ଡ. ସାଇଶ୍ମିତା ହୋତା ଗଣମାଧ୍ୟମକୁ କହିଛନ୍ତି । ଏଥିସହିତ ତହସିଲଦାର୍ ନିଜେ ଓ ଭଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ପହଞ୍ଚି ଲୋକଙ୍କୁ ସଚେତନ୍ କରାଉଛନ୍ତି ।












Click it and Unblock the Notifications