ରାଜ୍ୟରେ ଛଅ ହଜାର ପାର୍ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ 1132
24 ଘଣ୍ଟା ମଧ୍ୟରେ 6ହଜାର 164 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର : ଦିନକୁ ଦିନ ବେକାବୁ ହେଉଛି ରାଜ୍ୟରେ କରୋନା ସଂକ୍ରମଣ । କରୋନାର ଦ୍ୱିତୟୀ ଲହର ଏବେ ଦୃତ ଗତିରେ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ସମସ୍ତ ରେକର୍ଡ ଭାଙ୍ଗି 6 ହଜାର ପାର୍ ହୋଇଛି । 24 ଘଣ୍ଟା ମଧ୍ୟରେ 6ହଜାର 164 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ସଂଙ୍ଗରୋଧ କେନ୍ଦ୍ରରୁ 3575 ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ 2589 ରହିଛନ୍ତି ।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1132 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା 388479ରେ ପହଞ୍ଚିଛି । ସେହିପରି 35075 ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ 351386 ଜଣ ସୁସ୍ଥ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ 136 ଜଣ, ବାଲେଶ୍ୱର ଜିଲ୍ଲାରୁ 78ଜଣ, ବରଗଡ଼ ଜିଲ୍ଲାରୁ 236ଜଣ, ଭଦ୍ରକ ଜିଲ୍ଲାରୁ 71ଜଣ, ବଲାଙ୍ଗୀର ଜିଲ୍ଲାରୁ 226ଜଣ, ବୌଦ୍ଧ ଜିଲ୍ଲାରୁ 38ଜଣ, କଟକ ଜିଲ୍ଲାରୁ 360ଜଣ,
Covid-19 Report For 21st April
New Positive Cases: 6164
In quarantine: 3575
Local contacts: 2589(Details of local contacts will be shared by concerned Dist Administration)
District Wise Cases:
1. Angul: 136
— I & PR Department, Odisha (@IPR_Odisha) April 22, 2021
2. Balasore: 78
3. Bargarh: 236
4. Bhadrak: 71
5. Balangir: 226
ଦେଓଗଡ଼ ଜିଲ୍ଲାରୁ 31ଜଣ, ଢେଙ୍କାନାଳ ଜିଲ୍ଲାରୁ 17ଜଣ, ଗଜପତି ଜିଲ୍ଲାରୁ 55ଜଣ, ଗଞ୍ଜାମ ଜିଲ୍ଲାରୁ 135ଜଣ, ଜଗତସିଂହପୁର ଜିଲ୍ଲାରୁ 63ଜଣ, ଯାଜପୁର ଜିଲ୍ଲାରୁ 154ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 355ଜଣ, କଳାହାଣ୍ଡି ଜିଲ୍ଲାରୁ 452ଜଣ, କନ୍ଧମାଳ ଜିଲ୍ଲାରୁ 23ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 48ଜଣ, କେନ୍ଦୁଝର ଜିଲ୍ଲାରୁ 205ଜଣ, ଖୋର୍ଦ୍ଧା ଜିଲ୍ଲାରୁ 1132ଜଣ, କୋରାପୁଟ ଜିଲ୍ଲାରୁ 45ଜଣ, ମାଲକାନଗିରି ଜିଲ୍ଲାରୁ 16ଜଣ, ମୟୁରଭଞ୍ଜ ଜିଲ୍ଲାରୁ 136ଜଣ, ନବରଙ୍ଗପୁର ଜିଲ୍ଲାରୁ 207ଜଣ, ନୟାଗଡ଼ ଜିଲ୍ଲାରୁ 99ଜଣ, ନୂଆପଡ଼ା ଜିଲ୍ଲାରୁ 459ଜଣ, ପୁରୀ ଜିଲ୍ଲାରୁ 286ଜଣ, ରାୟଗଡ଼ା ଜିଲ୍ଲାରୁ 105ଜଣ, ସମ୍ବଲପୁର ଜିଲ୍ଲାରୁ 229ଜଣ, ସୋନପୁର ଜିଲ୍ଲାରୁ 99ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ 427ଜଣ ଚିହ୍ନଟ ହୋଇଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications