ବଙ୍ଗୋପସାଗରରେ ଯୋଡ଼ା ଅବପାତ, ଓଡିଶା ଉପରେ ନାହିଁ ପ୍ରଭାବ
ବଙ୍ଗୋପସାଗରରେ ବଢୁଛି ବାତ୍ୟା ଭୟ । ଏବେ 2 ଟି ସିଷ୍ଟମ ସକ୍ରିୟ ରହିଛି । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି (26 ତାରିଖ ସକାଳ) ସୁଦ୍ଧା ବାତ୍ୟା ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିଲା ।
ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଆଗକୁ ବଢୁଛି । ଆସନ୍ତା 2 ଦିନରେ ଦୁଇଟି ଯାକ ସିଷ୍ଟମ ଅଧିକ ଘନୀଭୂତ ହେବେ । ଶ୍ରୀଲଙ୍କା ଉପକୂଳ ସମୁଦ୍ରରେ ସୃଷ୍ଟି ଲଘୁଚାପ ୨୮ କିମ୍ବା ୨୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ । ସମ୍ଭାବ୍ୟ ବାତ୍ୟାର ବେଶୀ ପ୍ରଭାବ ତାମିଲନାଡୁ ଓ ଆନ୍ଧ୍ରରେ ରହିବ ।
କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟି 2 ଟିଯାକ ସିଷ୍ଟମର ସିଧାସଳଖ କୌଣସି ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ । ସପ୍ତାହେ ଯାଏଁ ରାଜ୍ୟରେ ନାହିଁ ବର୍ଷା ଆଶଙ୍କା ବୋଲି ଗତକାଲି କହିଥିଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

କୋମୋରିନ ଓ ଶ୍ରୀଲଙ୍କା ଉପକୂଳରେ ସକ୍ରିୟ ଦୁଇଟି ଲଘୁଚାପ । ଘନୀଭୂତ ହୋଇ ଆଗାମୀ 24ଘଣ୍ଟାରେ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବା ସହିତ ପରବର୍ତ୍ତୀ 24ଘଣ୍ଟାରେ ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଆକଳନ କରିଛନ୍ତି ।
କୋମୋରିନ୍ ଅଞ୍ଚଳ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ତତସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ସୃଷ୍ଟି ଲଘୁଚାପ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଶ୍ରୀଲଙ୍କା ସହ ବିଷୁବରେଖା ନିକଟସ୍ଥ ଭାରତମହାସାଗର ଉପରେ ସକ୍ରିୟ ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା 24 ଘଣ୍ଟାରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ (well marked) କ୍ଷେତ୍ର ଏବଂ ପରବର୍ତ୍ତୀ 24 ଘଣ୍ଟାରେ ଅଧିକ ତୀବ୍ର ହୋଇ ଗୋଟିଏ ଅବପାତ (depression) ର ରୂପନେବା ସମ୍ଭାବନା ରହିଛି ।
ବଙ୍ଗୋପସାଗରରେ 2ଟି ଲଘୁଚାପ:
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗତକାଲି କହିଥିଲେ,"ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ କ୍ଷେତ୍ର ଦେଖିବାକୁ ମିଳିଛି । ମଲାକ୍କାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତରେ ପରିଣତ ହୋଇଛି । ଆଗାମୀ 24 ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଆଉ ଏକ ଲଘୁଚାପ କମୋରିନ ଏବଂ ଏହାର ପାଖାପାଖି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି । ମଙ୍ଗଳବାର ସକାଳ ସୁଦ୍ଧା ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର କିମ୍ବା ସଂଲଗ୍ନ ଦକ୍ଷିଣ ଶ୍ରୀଲଙ୍କା ଏବଂ ବିଷୁବ ରାଷ୍ଟ୍ରୀୟ ଭାରତ ମହାସାଗର ଉପରେ ରହିଛି । ଏହା ଉତ୍ତର ଉତ୍ତର- ପଶ୍ଚିମ ଦିଗକୁ ଗତି କରି ଆଗାମୀ 24 ଘଣ୍ଟା ମଧ୍ୟରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଏହା ଆହୁରୀ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।"












Click it and Unblock the Notifications