Get Updates
Get notified of breaking news, exclusive insights, and must-see stories!

ଭାଲେଣ୍ଟାଇନ୍ ଡେ'ରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ସାରା ବିଶ୍ୱ ଭାଲେଣ୍ଟାଇନ୍ ଡେ'ବା ପ୍ରେମ ଦିବସ ପାଳୁଥିବା ବେଳେ । ପ୍ରେମୀ ଯୁଗଳ କରିଛନ୍ତି ଆତ୍ମହତ୍ୟା ।

suicide

ନବରଙ୍ଗପୁର : ଫେବ୍ରୁଆରୀ ୧୪' ତାରିଖକୁ ସାରା ବିଶ୍ୱ ଭାଲେଣ୍ଟାଇନ୍ ଡେ'ବା ପ୍ରେମ ଦିବସ ଭାବରେ ପାଳନ କରିଥାଏ । ସାରା ଜୀବନ ଏକାଠି ରହିବାର ସ୍ୱପ୍ନ ଦେଖି ଥାନ୍ତି ପ୍ରେମୀ ଯୁଗଳ । ବିବାହ କରି ନିଜ ପ୍ରେମକୁ ଏକ ନୂଆ ନାଁ ଦେବା ପାଇଁ କିଏ ବା ସ୍ୱପ୍ନ ଦେଖି ନଥିବ ହେଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ତି ବ୍ଲକ ସୀମାନ୍ତ ମଇଦଲପୁରରେ ଭାଲେଣ୍ଟାଇନ୍ ଡେ ଦିନ ଘଟିଛି ଅଭାବନୀୟ ଘଟଣା କାରଣ ଏମାନଙ୍କ ପ୍ରେମରେ ବାଧକ ସାଜିଥିଲା ଜାତି । ବିବାହ ପାଇଁ ମିଳି ନଥିଲା ପରିବାର ଲୋକଙ୍କ ସହମତି ।

ସୂଚନା ଅନୁସାରେ, ମଇଦଲପୁର ପଞ୍ଚାୟତର ନୀଳାଦ୍ରୀଗୁଡ଼ା ଗାଁର ତ୍ରିପତି ମାଝୀ ଦୀର୍ଘ ସମୟ ହେବ ଭାଲୁଝର ଗାଁର ବେଲ ମୁଦୁଲିଙ୍କୁ ପ୍ରେମ କରୁଥିଲେ । ଉଭୟ ବିବାହ କରି ସାତ ଜନ୍ମ ଏକାଠି ରହିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଥିଲେ । ହେଲେ ପରିବାର ଲୋକେ ଉଭୟଙ୍କ ବିବାହ ପାଇଁ ହୋଇ ନଥିଲେ ରାଜି କାରଣ ଉଭୟଙ୍କ ଜାତି ଥିଲା ଭିନ୍ନ । ଗାଁ ଲୋକେ ବେଲକୁ ଗ୍ରହଣ କରିବେ ନାହିଁ ବୋଲି ଉଭୟଙ୍କୁ ସମ୍ପର୍କ ଭାଙ୍ଗିବା ପାଇଁ ବାରମ୍ବାର ପରିବାର ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଉଥିଲା ।

ଶେଷ ଭାଲେଣ୍ଟାଇନ ଡେ'ରେ ଏହି ପ୍ରେମୀ ଯୁଗଳ ନେଇଥିଲେ ଚରମ ନିଷ୍ପତ୍ତି । ମିଛ କଥା କହି ଘରୁ ବାହାରି ଆସିଥିଲେ ବେଲ ଓ ତ୍ରିପତି । ପରେ ଭଲୁଝର ଗାଁ ନିକଟ ଜଙ୍ଗଲରେ ଏକ ଗଛରେ ରଶି ଲଗାଇ କରିଥିଲେ ଆତ୍ମହତ୍ୟା । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+