ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ବିଧାନସଭା ବାହାରେ ଜଣେ ଦମ୍ପତି ଦେହରେ ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରିଛନ୍ତି ।

ଭୁବନେଶ୍ୱର: ଆଜି ବିଧାନସଭା ଆଗରେ ଦେଖିବାକୁ ମିଳିଛି ହାଇଡ୍ରାମା । ବିଧାନସଭା ବାହାରେ ଜଣେ ଦମ୍ପତି ଦେହରେ ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରିଛନ୍ତି । ତେବେ ଦମ୍ପତିଙ୍କ ଘର ନୟାଗଡ ବୋଲି ଜଣାପଡିଛି। ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍‌ ତାଙ୍କୁ କାବୁ କରିଛି ।

 ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ତେବେ ନ୍ୟାୟ ଦାବିରେ ଉଭୟ ଏମିତି କରିଥିବା ଜଣା ପଢିଛି । କିଛି ମାସ ତଳେ ଜଣେ ନାବାଳିକା ଝିଅର ଅପହରଣ ଘଟଣା ସାମ୍ନାକୁ ଆସିଥିଲା । ତେବେ ଉକ୍ତ ନାବାଳିକାଙ୍କ ଏମେ ପିତା-ମାତ ବୋଲି ଜଣାପଡିଛି । ଘଟଣାକୁ ତିନି ମାସ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ସୁରାଗ ପାଉନି । ନ୍ୟାୟ ପାଇଁ ଏମାନେ ନିର୍ଯ୍ୟାତନାର ଶୀକାର ହେଉଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ।

ପୋଲିସ୍‌ କାବୁ କରିବା ପରେ ଦମ୍ପତି କହିଛନ୍ତି, ଝିଅ ପରୀର ମୃତ୍ୟୁକୁ ଅନେକ ମାସ ବିତିଥିଲେ ମଧ୍ୟ ଅଭିଯୁକ୍ତ ଧରାପଡ଼ିନାହାନ୍ତି । ଆମ କଥା କେହି ଶୁଣୁନାହାନ୍ତି କି ବୁଝୁନାହାନ୍ତି । ଆମ ଝିଅକୁ ମାରିଦେଲେ,ଆଖି ଓ କିଡନୀ ତାଡ଼ି ନେଲେ। ପୋଲିସ୍‌ ନିକଟରେ ଗୁହାରି କଲେ ପୋଲିସ୍‌ ଶୁଣୁନି। ଆମକୁ ନ୍ୟାୟ ମିଳୁ ବୋଲି କହିଛନ୍ତି ସମ୍ପୃକ୍ତ ମହିଳା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+