ତ୍ରିସ୍ତରୀୟ ସୁରକ୍ଷାରେ ହେବ ଭୋଟ ଗଣତି: ସକାଳ ୮ଟାରୁ ଆରମ୍ଭ ହେବ ଗଣତି
ନୂଆପଡ଼ା ଉପନିର୍ବାଚନ ମଙ୍ଗଳବାର ଶାନ୍ତିଶୃଙ୍ଖଳାରେ ଶେଷ ହୋଇଯାଇଛି। ଆସନ୍ତା ୧୪ରେ ନୂଆପଡ଼ା ନ୍ୟାଶନାଲ କଲେଜରେ ଭୋଟ ଗଣତି ହେବ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ଗଣତିହେବାକୁ ଥିବାବେଳେ ସାଢେ ୮ଟାରେ ଇଭିଏମ୍ ଖୋଲି ଗଣନା କରାଯିବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ମଧୁସୂଦନ ଦାଶ ଏହି ସୂଚନା ଦେଇଛନ୍ତି ।
ନିର୍ବାଚନମଣ୍ଡଳୀର ୩୫୮ ବୁଥ୍ ରହିଥିବାବେଳେ ୧୪ ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ। ଗୋଟିଏ କେନ୍ଦ୍ର ଟେବୁଲ ରହିବ। ପ୍ରତି ଟେବୁଲରେ ୩ ଜଣ ଅଧିକାରୀ ରହିବେ। ଜଣେ ଗଣତି ସହ ଅଧିକାରୀ, ଗଣତି ସୁପରଭାଇଜର ଓ ମାଇକ୍ରୋ ଅବଜର୍ଭର ନିଯୁକ୍ତ ହୋଇଛନ୍ତି। ସେହିପରି ଗଣତି ଅବଜର୍ଭର ଓ ନିର୍ବାଚନ ଅଧିକାରୀ ରହିବେ। ଗଣତି ଅବଜର୍ଭର ଗଣତି ପ୍ରକ୍ରିୟାକୁ ଅବଜର୍ଭ କରିବେ। ଭୋଟ ଗଣତି ସମୟରେ ନିୟୋଜିତ ଅଧିକାରୀମାନେ ହିଁ କେନ୍ଦ୍ରକୁ ଯିବେ। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ତତ୍ତ୍ୱାବଧାନରେ ଆବଶ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇ କଡ଼ା ସୁରକ୍ଷା ବଳୟରେ ଗଣତି ହେବ। ଉପନିର୍ବାଚନ ଫଳାଫଳ ଡାକବାଜି ଯନ୍ତ୍ର ମାଧ୍ୟମରେ ସାଧାରଣ ଲୋକେ ଜାଣିପାରିବେ ବୋଲି ଜିଲାପାଳ କହିଛନ୍ତି।

ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହେବା ପରେ ସମସ୍ତ ଇଭିଏମ୍ ସିଲ୍ କରାଯାଇ ନ୍ୟାଶନାଲ କଲେଜ ଷ୍ଟ୍ରଙ୍ଗ୍ ରୁମ୍ରେ ରଖାଯାଇଛି। ସେଠାରେ କେନ୍ଦ୍ରୀୟ ପୋଲିସ ଫୋର୍ସ ପହରା ଦେଉଛନ୍ତି ା ଚଳିତ ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ୮୩.୪୫% ମତଦାନ ହୋଇଛି। ନିର୍ବାଚନମଣ୍ଡଳୀରେ ମୋଟ ୨,୫୪,୪୯୭ ଭୋଟର ମଧ୍ୟରୁ ୨,୧୨,୩୮୫ ଭୋଟିଂ ହୋଇଛି। ମହିଳା ଭୋଟର ମୋଟ ୧,୨୯,୯୩୨ରୁ ୧,୦୮,୫୬୩ ଭୋଟିଂ ହୋଇଥିବା ବେଳେ ପୁରୁଷ ଭୋଟର ୧,୨୪,୫୪୪ରୁ ୧,୦୩,୮୧୭ ଜଣ ଭୋଟ ଦେଇ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି ା ନୂଆପଡ଼ା ଉପନିର୍ବାଚନର ମତଦାନ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି ।ଏଥିରେ ଐତିହାସିକ ୮୩.୪୫% ମତଦାନ ହୋଇଛି । ଯାହା ପୂର୍ବ ନିର୍ବାଚନ ତୁଳନାରେ ପାଖାପାଖି ୧୦% ଅଧିକ ।
ମହିଳା ମତଦାତାଙ୍କ ଅଂଶଗ୍ରହଣ ପୁରୁଷଙ୍କୁ ଅତିକ୍ରମ କରିଛି । ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନୂଆପଡ଼ାର ମତଦାତାଙ୍କୁ ଐତିହାସିକ ଅଂଶଗ୍ରହଣ ଦ୍ଵାରା ଗଣତନ୍ତ୍ରକୁ ଅଧିକ ସଶକ୍ତ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ।
ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନର ମତଦାନ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ଏଥିରେ ୮୩.୪୫% ମତଦାନ ହୋଇଛି । ଯାହା ପୂର୍ବ ନିର୍ବାଚନ ତୁଳନାରେ ପାଖାପାଖି ୧୦% ଅଧିକ ରହିଛି । ମହିଳା ମତଦାତାଙ୍କ ଅଂଶଗ୍ରହଣ ପୁରୁଷଙ୍କୁ ଅତିକ୍ରମ କରିଛି । ନୂଆପଡାରେ ମୋଟ ୨,୫୪,୪୯୭ ଜଣ ଭୋଟର । ସେଥିରେ ୧,୨୪,୫୪୪ ଜଣ ପୁରୁଷ ଓ ୧,୨୯,୯୩୨ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ୨୧ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨,୧୨,୩୮୫ ଜଣ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧,୦୩,୮୧୭ ଜଣ ପୁରୁଷ ଓ ୧,୦୮,୫୬୩ ଜଣ ମହିଳା ଭୋଟ ଦେଇଛନ୍ତି । ଯାହା ଏକ ସୁସ୍ଥ ସମାଜ ଏବଂଉତ୍ତମ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ ।
ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି, "ମତଦାନ ଶେଷ ହେବା ପରେ ସମସ୍ତ ଇଭିଏମ ଏବଂ ଭିଭିପ୍ୟାଟକୁ ନିର୍ଦ୍ଧିଷ୍ଟ ଷ୍ଟ୍ରଙ୍ଗରୁମରେ ତିନି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ରଖାଯାଇଛି । ଷ୍ଟ୍ରଙ୍ଗରୁମ ଟି ୨୪ ଘଣ୍ଟା ସିସିଟିଭି ନିରୀକ୍ଷଣରେ ରହିଛି । ମେସିନଗୁଡିକର ମୁଦ ଓ ସଂରକ୍ଷଣ ପ୍ରକ୍ରିୟା ସମସ୍ତ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଭିଡିଓଗ୍ରାଫ ସହ ସମ୍ପନ୍ନ ହୋଇଛି । ଭୋଟ ଗଣନା ସଂପୂର୍ଣ୍ଣ ସ୍ବଚ୍ଛ ଓ ସୁରକ୍ଷିତ ଭାବରେ କରାଯିବ । ମତଗଣନା ଟେବୁଲ, ପର୍ଯ୍ୟବେକ୍ଷକ ନିଯୁକ୍ତି, ସିସିଟିଭି ନିରୀକ୍ଷଣର ବ୍ୟବସ୍ଥା ଓ ଷ୍ଟ୍ରଙ୍ଗରୁମର ପର୍ଯ୍ୟବେକ୍ଷଣ କରାଯାଇଛି । ସମ୍ପୂର୍ଣ୍ଣ ପାରଦର୍ଶିତା ଓ ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣନା ଅନୁଷ୍ଠିତ ହେବ । ଭୋଟ ଗଣନା ପାଇଁ ଅଧିକାରୀଙ୍କୁ ତାଲିମ ଦିଆଯାଇଛି । ଇଭିଏମ ଓ ପୋଷ୍ଟଲ ବାଲାଟ ଗଣତି ହେବ । ଏହା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଇଭିଏମ୍ ଗଣନା ପାଇଁ ୧୪ ଟେବୁଲ ବ୍ୟବସ୍ଥା ହୋଇଛି । ଭିଭିପାଟ ଓ ପୋଷ୍ଟାଲ ବାଲାଟ ଗଣତି ପାଇଁ ଗୋଟେ ଗୋଟେ ଟେବୁଲ ବ୍ୟବସ୍ଥା ହୋଇଛି । ଯେଉଁଠି ଇଭିଏମ୍ ଖରାପ ହୋଇଛି ସେଠାରେ ଭିଭିପାଟ ଗଣତି ପାଇଁ ବ୍ୟବସ୍ଥା ରହିଛି ।












Click it and Unblock the Notifications