ମହଙ୍ଗା ପଡ଼ିଲା ରାଗିଂ, ବଡ କାର୍ଯ୍ୟାନୁଷ୍ଠନ ଗ୍ରହଣ କଲେ ନବୋଦୟ ସ୍କୁଲ କର୍ତ୍ତୃପକ୍ଷ

ମହଙ୍ଗା ପଡ଼ିଲା ରାଗିଂ। ୭ ଛାତ୍ର ଓ ଦୁଇ ଛାତ୍ରୀଙ୍କୁ ନିଲମ୍ୱିତ କରିଛି ନବୋଦୟ ସ୍କୁଲ କର୍ତ୍ତୃପକ୍ଷ। ନିଲମ୍ୱିତ ହୋଇଥିବା ଛାତ୍ରଛାତ୍ରୀମାନେ ସ୍କୁଲ ଆସିପାରିବେ ନାହିଁ। ହଷ୍ଟେଲ୍‌ରେ ମଧ୍ୟ ରହିପାରିବେନି। ନିଲମ୍ୱନ ପରେ ଆଜି ସକାଳରୁ ନୂଆପଡ଼ା ଜିଲ୍ଲା ତରବୋଡ ନବୋଦୟରେ ଚାଲିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Nebodaya school

ଗୁରୁବାର ଥିଲା ଗୁରୁଦିବସ। ସ୍କୁଲର ନିୟମ ଅନୁସାରେ ନବୋଦୟର ଦ୍ୱାଦଶ ଶ୍ରେଣୀର ଦୁଇ ଜଣ ଛାତ୍ରୀ ଗୁରୁମା ବେଶରେ ଦଶମ ଶ୍ରେଣୀକୁ ପାଠ ପଢ଼ାଇଥିଲେ। ଅଭିଯୋଗ ଅନୁସାରେ ପାଠ ପଢ଼ାଇବା ବେଳେ ଦଶମ ଶ୍ରେଣୀର କିଛି ଛାତ୍ର ସେମାନଙ୍କୁ କମେଣ୍ଟ ମାରିଥିଲେ। ଛାତ୍ରୀ ଦୁଇ ଏନେଇ ତାଙ୍କ ସାଙ୍ଗ ଓ ସାଥୀଙ୍କୁ କହିଥିଲେ। ଏକଥା ଶୁଣିବା ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ରାତି ପ୍ରାୟ ୧୧.୪୦ ବେଳେ ଦ୍ୱାଦଶ ଶ୍ରେଣୀରେ ୭ ଜଣ ଛାତ୍ର ଦଶମ ଶ୍ରେଣୀ ଛାତ୍ରଙ୍କ ହଷ୍ଟେଲକୁ ଯାଇଥିଲେ। ପ୍ରଥମେ ସବୁ ପିଲାଙ୍କୁ ବସାଇ ବୈଠକ କରିଥିଲେ। ରାଗିଂ ନେଇ ପଚାରିଥିଲେ। ହେଲେ କୌଣସି ଛାତ୍ରୀ ଦୋଷ ସ୍ୱୀକାର ନକରିବାରୁ ଆରମ୍ଭ ହୋଇଥିଲା ମାଡ଼। ଦ୍ୱାଦଶ ଶ୍ରେଣୀର ୭ ପିଲା ଦଶମ ଶ୍ରେଣୀର ୨୨ ଜଣ ପିଲାଙ୍କୁ ନିର୍ଧୁମ ପିଟିଥିଲେ। ଏପରିକି ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଥିଲା। ମାଡ଼ ଯୋଗୁ ଛାତ୍ରମାନେ ଗୁରୁତର ଆହତ ହୋଇଥିଲେ।

ସ୍କୁଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜାଣିପାରି ଆହତ ଛାତ୍ରୀଙ୍କୁ ସେହି ରାତିରେ ନୂଆପଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ପିଲାମାନଙ୍କୁ ଛାଡ଼ି ଦିଆଯାଇଥିଲା। ମାଡ଼ ପ୍ରତିବାଦରେ ଆଜି ସକାଳେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଅଖିଆ ଅପିଆ ଧାରଣାରେ ବସିଥିଲେ। ମାଡ଼ ମାରିଥିବା ୭ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ସେମାନଙ୍କୁ ସ୍କୁଲ ନିଲମ୍ୱିତ କରିବାକୁ ଅଡି ବସିଥିଲେ। ନବୋଦୟ ପ୍ରିନ୍ସପାଲ ଡିଭି ରମନ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ କିଛି ସୁଫଳ ମିଳିନଥିଲା। ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+